fbpx

ରାଜ୍ୟର ୧୨ ଜଣ MLA ହରାଇପାରନ୍ତି ସଭ୍ୟ ପଦ? ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଅଧିକାଂଶ ରାଜ୍ୟରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓଡ଼ିଶାରେ ଏକ ନୂଆ ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ରାଜ୍ୟ ବିଧାନସଭାର ୧୨ ଜଣ ବିଧାୟକ ପଦ ହରାଇବାର ଖବର ବର୍ତ୍ତମାନ ଖବରର ଶିରୋନାମା ପାଲଟିଛି । ଅଫିସ୍ ଅଫ୍ ପ୍ରଫିଟକୁ ନେଇ ଏହି ବିଧାୟକମାନେ ଛନ୍ଦି ହୋଇପଡ଼ିଛନ୍ତି । ତେବେ ଏହି ସମସ୍ତ ବିଧାୟକ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳର ବୋଲି ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତି ବିଧାୟକ ପଦରେ ଥାଇ ଅନ୍ୟ ଲାଭଜନକ ପଦରେ ରହିପାରିବ ନାହିଁ ବୋଲି ଜଣେ ଆଇନଜୀବୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ତେବେ ହାଇକୋର୍ଟ ଏହି ମାମଲାର ବିଚାର କରି ଆସନ୍ତା ନଭେମ୍ବର ୮ ମଧ୍ୟରେ ନିଷ୍ପତ୍ତି ନେବାକୁ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଜଣାପଡ଼ିଛି ଯେ, ସରକାର ଗଠନ ହେବା ପରେ ୨୦୧୯ ମସିହା ଅଗଷ୍ଟ ମାସରେ ଏହି ବିଧାୟକମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଥିଲା । ୨୦୧୬ ମସିହାରେ ରାଜ୍ୟ ସରକାର ଅଫିସ ଅଫ୍ ପ୍ରଫିଟ ନିୟମରେ କିଛି ସଂଶୋଧନ କରିଥିଲେ । ଉକ୍ତ ସଂଶୋଧନରେ ବିଧାୟକମାନେ ଜିଲ୍ଲା ଯୋଜନା କମିଟି, ପଶ୍ଚିମ ଓଡ଼ିଶା ଓଡ଼ିଶା ବିକାଶ ପରିଷଦ ଓ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ହୋଇପାରିବେ ବୋଲି ଦର୍ଶାଯାଇଥିଲା । ତେବେ ତେବେ ଅଫିସ୍ ଅଫ୍ ପ୍ରଫିଟର ମୂଳ ଆଇନ ସଂଶୋଧନ ହୋଇ ନଥିବାରୁ ଏବେ ତାହା ବିଧାୟକଙ୍କଙ୍କ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି । ତେବେ ବିଧାୟକମାନେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ହେବା ପରେ ଯଦି କିଛି ପ୍ରଫିଟ ପାଇଥାନ୍ତି, ତେବେ ତାଙ୍କର ବିଧାୟକ ପଦ ଚାଲିଯିବ ବୋଲି ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ମତ ଦେଇଛନ୍ତି । ପୂର୍ବରୁ ଏହି ଅଫିସ୍ ଅଫ୍ ପ୍ରଫିଟକୁ ନେଇ ଜୟା ବଚନ ଓ ଆପ୍ ପାର୍ଟିର ୨୦ ଜଣ ବିଧାୟକ ବିବାଦରେ ରହିଥିଲେ । ତେବେ ରାଜ୍ୟର ୧୨ ଜଣ ବିଧାୟକଙ୍କ କ୍ଷେତ୍ରରେ ରାଜ୍ୟପାଳ କି ନିଷ୍ପତ୍ତି ନେଉଛନ୍ତି, ତାହା ଆଗକୁ ଜଣାପଡ଼ିବ ।

Get real time updates directly on you device, subscribe now.