fbpx

ବାରାମୂଳାରେ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ୍: ୧୨ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର : ଜମ୍ମୁ କଶ୍ମୀରର ବାରାମୂଳାରେ ସୁରକ୍ଷାବାହିନୀଙ୍କୁ ମିଳିଛି ଏକ ବଡ଼ ସଫଳତା । ଆତଙ୍କବାଦୀଙ୍କୁ ସାହାର୍ଯ୍ୟ କରୁଥିବା ୧୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀଙ୍କ ନାଁ ସାମ୍ନାକୁ ଆସିନାହିଁ, ଯେଉଁମାନଙ୍କୁ ଏମାନେ ସାହାଯ୍ୟ କରୁଥିଲେ । ସେଠାରେ ବଡ ଆତଙ୍କବାଦୀ ଷଡଯନ୍ତ୍ରର ଯୋଜନା ଚାଲିଥିବାର ଆଶଙ୍କା କରାଯାଉଛି ।

କାଶ୍ମୀର ଜୋନ୍ ପୋଲିସ୍ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ବାରାମୂଳା ପୋଲିସ ୧୨ଜଣଙ୍କୁ ଗିରଫ କରି ନାର୍କୋ ଟେରର ମଡ୍ୟୁଲର ପର୍ଦ୍ଦାଫାସ କରିଛିି । ସେମାନଙ୍କ ନିକଟରୁ ୪ ଟି ପିସ୍ତଲ, ୧୦ ଟି ଗ୍ରେନେଡ୍, ୨୧ ଲକ୍ଷ ଟଙ୍କା, ୪ ଟି ଗାଡି ଏବଂ ୯ କିଲୋଗ୍ରାମ ହିରୋଇନ୍ ଜବତ କରାଯାଇଛି ଯାହାର ବଜାର ମୂଲ୍ୟ ୪୫ କୋଟି ଟଙ୍କା । ଏହା ସହ ୧ ଲକ୍ଷ ଟଙ୍କାର ଏକ ଚେକ୍ ମଧ୍ୟ ଜବତ କରାଯାଇଛି ।

Get real time updates directly on you device, subscribe now.