fbpx

ସ୍କୁଲରେ ଅଣ୍ଡା ଖାଇବା ପରେ ପାକସ୍ଥଳୀ ଯନ୍ତ୍ରଣା ଓ ବାନ୍ତି: ହସ୍ପିଟାଲରେ ଭର୍ତ୍ତି ହେଲେ ୧୨ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଅନେକ ସମୟରେ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯିବା ସହ ଅବ୍ୟବସ୍ଥା ଦେଖିବାକୁ ମିଳିଥାଏ । ତେବେ ସ୍କୁଲରେ ଅଣ୍ଡା ଖାଇ ୧୨ ଜଣ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ପିଲାମାନେ ଅଣ୍ଡା ଖାଇବା ପରେ ସେମାନଙ୍କର ପାକସ୍ଥଳୀ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା । ତେଣୁ ସଙ୍ଗେସଙ୍ଗେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନା ମୁତାବକ, ତାମିଲନାଡ଼ୁର ରାମନାଥପୁରମ ସ୍ଥିତ ଶିବଅନନ୍ତପୁରମର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଦେଖିବାକୁ ମିଳିଛି । ଅଣ୍ଡା ଖାଇବା ପରେ ୧୨ ଜଣ ପିଲାଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଯାଇଥିଲା । କିଛି ପିଲାଙ୍କର ପାକସ୍ଥଳୀ ଭୀଷଣ ଯନ୍ତ୍ରଣା ହେବା ସହ ଆଉ କିଛି ପିଲାଙ୍କର ପ୍ରବଳ ବାନ୍ତି ହୋଇଥିଲା । ଏହାପରେ ସେମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

ତେବେ ପିଲାମାନେ ବିମାରରେ ପଡ଼ିବା ଖବର ପାଇ ଘଟଣାସ୍ଥଳରେ ବିଧାୟକ ଏସ. ମୁରୁଗେସନ ଓ ସହାୟକ କଲେକ୍ଟର ଆଫତାବ ରସୁଲ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ସ୍କୁଲର ରୋଷେଇ କାର୍ଯ୍ୟକୁ ନିରୀକ୍ଷଣ କରିବା ସହିତ ବିସ୍ତୃତ ଭାବେ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପିଲାମାନଙ୍କର ଏହି ଅବସ୍ଥା ନେଇ ଅଭିଭାବକ ଓ ଶିକ୍ଷକମାନେ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.