fbpx

ରାଜ୍ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ମାମଲା: ୧୨୧ଟି ଭିଡିଓ ଏତିକି ଡଲାରରେ ହୋଇଥାନ୍ତା ବିକ୍ରି, ହ୍ୱାଟସଆପ୍ ଚାଟ୍ ରୁ ହେଲା ଖୁଲାସା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ଆପ୍ ଜରିଆରେ ତାକୁ ପ୍ରସାରିତ କରି ବ୍ୟବସାୟ କରୁଥିବା ରାଜ୍ କୁନ୍ଦ୍ରାଙ୍କୁ ଏବେ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରହିବାକୁ ପଡ଼ିବ । ଏନେଇ ପୁଲିସ୍ ଶୁକ୍ରବାର ସୂଚନା ଦେଇଛି । ଅନ୍ୟପଟେ ପ୍ରତିଦିନ ଏହି ମାମଲାରେ ନୁଆ ନୁଆ ଖୁଲାସା ହେଉଛି । ଏବେ ରାଜ୍ କୁନ୍ଦ୍ରାଙ୍କୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ୍ ଶୁକ୍ରବାର ଜୁହୁ ସ୍ଥିତ ବଙ୍ଗଳାରେ ପହଞ୍ଚିଥିଲା । ଏଠାରେ ଶିଳ୍ପା ରୁହନ୍ତି । ବର୍ତ୍ତମାନ ପୁଲିସ୍ ନିୟୁଫ୍ଲିକ୍ସ ନାମକ ଏକ ଆପ୍ ସମ୍ପର୍କିତ ଏଗ୍ରିମେଣ୍ଟ୍ ପେପର୍ ଏବଂ ମିସିଂ ସିଡିଆର୍ ଓ ଏକ ମିସିଂ ସର୍ଭର୍ ର ସନ୍ଧାନରେ ରହିଛି ।

ଏବେ ମୁମ୍ବାଇ ପୁଲିସ୍ ଦାବି କରିଛି ଯେ, ହ୍ୱାଟସଆପ୍ ଚାଟ୍ ଜରିଆରେ ତାଙ୍କୁ ଏହା ଜାଣିବାକୁ ମିଳିଛି ଯେ, ରାଜ୍ କୁନ୍ଦ୍ରା ୧୨୧ ଭିଡିଓକୁ ୧୨ ଲକ୍ଷ ଆମେରିକାନ୍ ଡଲଶର୍ ରେ ବିକ୍ରି କରିବା ନେଇ କଥା ହୋଇଥିଲେ ବା ଡିଲ୍ କରିଥିଲେ । ପୁଲିସ୍ ଏନେଇ କହିଛି ଯେ, ଏହା ଏକ ଅନ୍ତରାଷ୍ଟ୍ରୀୟ ସ୍ତରର ମାମଲା ପରି ଲାଗୁଛି ।
ସେପଟେ ଅଶ୍ଳୀଳ ମାମଲାରେ ଫସି ରହିଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ବମ୍ବେ ହାଇକୋର୍ଟରେ ଆବେଦନ କରି ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କ ଗିରଫ ବେଆଇନ ବୋଲି ସେ କହିଛନ୍ତି । ମୁମ୍ବାଇର ଏକ କୋର୍ଟ ଶୁକ୍ରବାର ଦିନ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମ ନିର୍ମାଣ ତଥା ନିର୍ଦ୍ଦିଷ୍ଟ ଆପ୍ ମାଧ୍ୟମରେ ଭିଡିଓ ସବୁକୁ ପ୍ରସାରଣ କରିବା ମାମଲାରେ ପୁଲିସ୍ ହେପାଜତକୁ ବୃଦ୍ଧି କରିଛି।

 

Get real time updates directly on you device, subscribe now.