fbpx

ପୁଣି ଭୁବନେଶ୍ୱରୁ ବାହାରିଲେ ୧୨୨ ପଜିଟିଭ୍

ଭୁବନେଶ୍ୱର,୨୫ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୩ ଓ ସ୍ଥାନୀୟ ଅଞ୍ଚଳରୁ ୭୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୨୫୪ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୬୦୩ କୁ ବୃଦ୍ଧି ପାଇଛି ।

ମୋଟ ୨୮ ହଜାର ୬୦୩ ପଜିଟିଭ ମଧ୍ୟରୁ ୧୫୨ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୬ ହଜାର ୧୪୯ ଜଣ ସୁସ୍ଥ ଓ ୨୨୮୧ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.