fbpx

କରୋନାକୁ ନେଇ ଚିଡିଆଖାନାରେ ବଢ଼ିଲା ଚିନ୍ତା, ୧୩ ଗରିଲା କୋଭିଡ୍ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ସିଂହମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଗରିଲା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଖବର ମିଳିଛି । ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ଜର୍ଜିଆସ୍ଥିତ ଆଟଲାଣ୍ଟା ଚିଡିଆଖାନାର ୧୩ ଗରିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଗରିଲାଙ୍କ ମଧ୍ୟରେ ସବୁଠାରୁ ବୟସ୍କ ୬୦ ବର୍ଷୀୟ ଗରିଲା ମଧ୍ୟ ଅଛି ।

ଚିଡିଆଖାନାର କର୍ତ୍ତୃକ୍ଷଙ୍କ ସୂଚନାନୁଯାୟୀ, କିଛି ଗରିଲା ଅସୁସ୍ଥ ଥିବା କର୍ମଚାରୀ ଲକ୍ଷ୍ୟ କରିବା ପରେ ୨୦ ଗରିଲାଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଗରିଲାଙ୍କ ଯତ୍ନ ନେଉଥିବା କିଛି କର୍ମଚାରୀଙ୍କ ଠାରୁ ଗରିଲାଙ୍କୁ ଭୂତାଣୁ ବ୍ୟାପିଥିବା ନେଇ ସନ୍ଦେହ କରାଯାଉଛି । ମାତ୍ର ସମସ୍ତ କର୍ମଚାରୀ ୨ଟି ଯାକ ପାନ ଟିକା ନେଇସାରିଥିବା ନେଇ କର୍ତ୍ତୃପକ୍ଷ କହିଛନ୍ତି ।

Get real time updates directly on you device, subscribe now.