fbpx

୧୩୨ ଏସଆଇଙ୍କ ପଦୋନ୍ନତି

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ କାର୍ଯ୍ୟ କରୁଥିବା ୧୩୨ ଜଣ ଏସଆଇଙ୍କୁ ଇନ୍ସପେକ୍ଟର ଭାବେ ପଦୋନ୍ନତି ମିଳିଛି । ସମସ୍ତ ଏସଆଇଙ୍କୁ ବିଭିନ୍ନ ଜିଲ୍ଲା ଓ ପୋଲିସ ପ୍ରତିଷ୍ଠାନରେ ନୂତନ ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ କିଛି ଇନ୍ସପେକ୍ଟରଙ୍କୁ ଡିଏସପି ପଦକୁ ପଦୋନ୍ନତି ଦିଆଯାଇଥିଲା । ମାତ୍ର ଉକ୍ତ ଇନ୍ସପେକ୍ଟରମାନେ ଆସିନଥିବାରୁ ଡିଏସପିମାନେ ନୂଆ ପୋଷ୍ଟରେ ଯୋଗଦେଇ ପାରୁନଥିଲେ । ଆଜିର ପଦୋନ୍ନତି ଦ୍ୱାରା ସମସ୍ତ ଡିଏସପି ପୁରୁଣା ସ୍ଥାନ ଛାଡ଼ି ନୂତନ ସ୍ଥାନରେ ଯୋଗଦେଇ ପାରିବେ । ସେହିପରି ଇନ୍ସପେକ୍ଟରରୁ ଡିଏସପି ପଦୋନ୍ନତି ପାଇଥିବା କିଛି ଅଧିକାରୀଙ୍କ ବଦଳି କରାଯାଇଛି । ୪୨ ଜଣ ଇନ୍ସପେକ୍ଟରଙ୍କୁ ଡିଏସପି ଭାବେ ପଦୋନ୍ନତି ମଳିବା ସହ ନୂତନ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଖୁବଶୀଘ୍ର ଏହି ଅଧିକାରୀମାନେ ନୂଆ ସ୍ଥାନରେ ଯୋଗଦେବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.