fbpx

ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ମୃତ୍ୟୁସଂଖ୍ୟା ୧୩୫କୁ ବୃଦ୍ଧି, ସରକାର କହିଲେ- ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ମୁମ୍ବାଇ : କରୋନା ମହାମାରୀ ସହ ଲୋକମାନେ ଲଢ଼େଇ କରୁଥିବା ବେଳେ ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଛି ବର୍ଷା । ଗତ ଗୁରୁବାର ସନ୍ଧ୍ୟାଠାରୁ ବର୍ତ୍ତମାନ ସୁଦ୍ଧା ବର୍ଷା ସହ ଜଡିତ ଘଟଣାରେ ୧୩୬ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତିତ ରାଜ୍ୟର ଅନେକ ଗାଁର ପ୍ରମୁଖ ଅଞ୍ଚଳ ସହ ଯୋଗଯୋଗ ହୋଇପାରୁନାହିଁ । ସେନା ସହାୟତାରେ ରାଜ୍ୟରେ ବ୍ୟାପକ ପରିମାଣରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

ଅଧିକ ପ୍ରଭାବିତ ଥାଣେ, ରାୟଗଡ଼, ରତ୍ନାଗିରି, ସତାରା, ସାଙ୍ଗଲି ଓ କୋଲହାପୁର ଜିଲ୍ଲାରୁ ୭ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ୫ ଲକ୍ଷ ଓ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।

ଏହା ବ୍ୟତିତ ରାଜ୍ୟର ପଶ୍ଚିମ ଓ ଉତ୍ତର ଅଞ୍ଚଳରେ ଭୂସ୍ଖଳନର ଖବର ଆସିଛି । ପୋଲାଡପୁର ତାଲୁକାର ଗୋବେଳେ ପଞ୍ଚାୟତରେ ଗୁରୁବାର ରାତି ପ୍ରାୟ ୧୦ଟାରେ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ୧୦ରୁ ଅଧିକ ଘର ପ୍ରଭାବିତ ହୋଇଥିଲା । ସେହିଭଳି ଭୂସ୍ଖଳନ ହୋଇଥିବା ରାଇଗଡରେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ସେନା, ନୌସେନା, ବାୟୁସେନା, ତଟରକ୍ଷୀ ବାହିନୀ, ଜାତୀୟ ଉଦ୍ଧାରକାରୀ ବାହିନୀ ରାଜ୍ୟ ଉଦ୍ଧାର କାରୀ ବାହିନୀ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.