fbpx

ଚେନ୍ନାଇ ସୁପର କିଙ୍ଗସରେ ଧୋନୀଙ୍କ ୧୪ ବର୍ଷ: ୨୦୦୮ରେ ଆରମ୍ଭ ହୋଇଥିଲା ସମ୍ପର୍କ, ମାହିଙ୍କ ପାଇଁ ଲାଗିଥିଲା ସିଜନର ମହଙ୍ଗା ନିଲାମ

ନୂଆଦିଲ୍ଲୀ: ୨୦ ଫେବୃୟାରୀ, ମହେନ୍ଦ୍ର ସିଂହ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦିନଟି ଥିଲା ବହୁତ ଖାସ । କାରଣ ଏହି ଦିନରୁ ଧୋନୀଙ୍କର ଆରମ୍ଭ ହୋଇଥିଲା ସୁପର କିଙ୍ଗସ ସହ ସୁପର ଜର୍ଣ୍ଣି । ସିଏସକେର ପ୍ରଥମ ମୂଳଦୁଆ । ୨୦୦୮ ମସିହାରେ ଇଣ୍ଡିଆନ କ୍ରିକେଟରେ ଯୋଡି ହୋଇଥିଲା ଆଉ ଏକ ଟୁର୍ଣ୍ଣାମେଣ୍ଟ, ଇଣ୍ଡିଆନ ପ୍ରମିୟର ଲିଗ(IPL) । ନୂଆ ଯାତ୍ରାର ନୂଆ ନିଲାମୀରେ ସବୁ ଦଳଙ୍କର ନଜର ଥିଲା ୨୦୦୭ ବିଶ୍ୱକପ ବିଜୟର ମହାନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ । ଧୋନୀଙ୍କୁ କିଣିବା ପାଇଁ ଲାଗିଥିଲା ଟଣା ଓଟଣା । କିନ୍ତୁ ଏଥିରେ ବାଜି ମାରି ନେଇଥିଲା ଚେନ୍ନାଇ ସୁପର କିଙ୍ଗସ । ୯.୫ କୋଟି ଟଙ୍କାରେ ଧୋନୀଙ୍କୁ ଦଳରେ କରିଥିଲା ସାମିଲ ।

Difference Between The IPL Salaries Of Top 5 Indian Players In 2008 And Now

୨୦୦୮ରୁ ୨୦୨୨, ଆଜି ଚେନ୍ନାଇ ସହିତ ଧୋନୀଙ୍କର ସମ୍ପର୍କକୁ ପୁରିଛି ୧୪ ବର୍ଷ । ଏଭଳି ଏକ ମୁହୂର୍ତ୍ତକୁ ଫ୍ରାଞ୍ଚିାଇଜି ଏକ ପୋଷ୍ଟ କରି ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛି । ଏବଂ କ୍ୟାପ୍ସନରେ ଲେଖା ହୋଇଛି ୭+୭(୧୪) ବର୍ଷ ବିତିଗଲା । ଏହି ପୋଷ୍ଟରେ ଧୋନୀଙ୍କ ଜର୍ସି ନମ୍ବର ୭କୁ ସମ୍ମାନ ଜରାଯାଇଛି ।

ଜଣେ ପ୍ରଶଂସକ ଏହି ପୋଷ୍ଟରେ କହିଛନ୍ତି, “ଆମେ ଜାଣୁ ଧୋନୀ ଏବେ ଆଗ ଭଳି କ୍ରିକେଟ ଖେଳୁ ନାହାନ୍ତି । କିନ୍ତୁ ଥାଲା ଧୋନୀଙ୍କ ବିନା ଚେନ୍ନାଇର କଳ୍ପନା ଆମେ କରି ପାରିବୁନି । ଦକ୍ଷିଣ ଭାରତର ଲୋକ ନ ହୋଇ ମଧ୍ୟ ଖୁବ ଭଲ ପାଇବା ପାଇ ପାରିଥିବା ଲୋକ ହେଉଛନ୍ତି ମାହି ।

ପ୍ରଥମ ସିଜନରୁ ଆଜି ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇ ଆସିଛନ୍ତି କ୍ୟାପଟେନ କୁଲ ମାହି । ଆଇପିଏଲରେ କୌଣସି ଟିମ ପାଇଁ ଏତେ ବର୍ଷ ପର୍ଯ୍ୟନ୍ତ ନେତୃତ୍ୱ ଦେବାରେ ସେ ହେଉଛନ୍ତି ପ୍ରଥମ ଏବଂ ଏକମାତ୍ର ଖେଳାଳି । କେବଳ ସେତିକି ନୁହେଁ ଧୋନୀଙ୍କ ନେତୃତ୍ୱରେ ଦଳ ୪ ଥର ଟ୍ରଫି ନିଜ ନାମରେ କରିଛି ।

CSK Champion

MS Dhoni IPL Trophy Win

୧୨ଟି ସିଜନ ଖେଳିଥିବା ବେଳେ ଚେନ୍ନାଇ ୯ଟି ସିଜନରେ ଫାଇନାଲରେ ପହଞ୍ଚିଛି । ତେବେ ୨୦୨୦ ପର୍ଯ୍ୟନ୍ତ ପ୍ରତ୍ୟେକ ଥର ପ୍ଲେ ଅଫରେ ପହଞ୍ଚିଥିବା ଦଳ ଥିଲା ସିଏସକେ । ପ୍ରଥମ ଥର ପାଇଁ ୨୦୨୦ରେ ଚେନ୍ନାଇ ପ୍ଲେଅଫରୁ ବାଦ ପଡିଥିଲା । ଏଥି ସହିତ ଧୋନୀ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଆଇପିଏଲ ଇତିହାସରେ ସବୁଠୁ ଅଧିକ ୧୦ ଥର ଫାଇନାଲ ଖେଳିଛନ୍ତି । ୯ ଥର ଚେନ୍ନାଇ ତରଫରୁ ଫାଇନାଲ ଖେଳିଥିବା ବେଳେ ୨୦୧୭ରେ ରାଇଜିଙ୍ଗ ପୁନେ ସୁପର ଜାଏଣ୍ଟସ ତରଫରୁ ଖେଳିଥିଲେ ଧୋନୀ ।

IPL 2017: MS Dhoni shows sparks of brilliance, here's why RPS will be foolish to underestimate

Get real time updates directly on you device, subscribe now.