fbpx

NIT Rourkela ତରଫରୁ ବାହାରିଲା ୧୪୩ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏନଆଇଟି) ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦବୀରେ ପ୍ରାର୍ଥୀଙ୍କୁ ଦିଆଯିବ ନିଯୁକ୍ତି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ବିବରଣୀ ପାଇ ପାରିବେ ।

ନଭେମ୍ବର ମାସ ୨୨ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଏହା ଡିସେମ୍ବା ମାସ ୩୦ ତାରିଖରେ ସମାପ୍ତ ହେବ । ୨୦୨୨ ମସିହା ଡିସେମ୍ବର ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୬୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ, ପିଜି / ପିଏଚ.ଡି ରହିଥିବା ଆବଶ୍ୟକ ।

ଆସିଷ୍ଟାଣ୍ଟ ପ୍ରଫେସର ଗ୍ରେଡ-୨ (ଲେବଲ-୧୦) ପାଇଁ ୫୩ଟି ପଦବୀ, ଆସିଷ୍ଟାଣ୍ଟ ପ୍ରଫେସର ଗ୍ରେଡ-୨ (ଲେବଲ-୧୧) ପାଇଁ ୫୯ଟି ପଦବୀ, ଆସିଷ୍ଟାଣ୍ଟ ପ୍ରଫେସର ଗ୍ରେଡ-୧ (ଲେବଲ-୧୨) ପାଇଁ ୧୧ଟି ପଦବୀ, ଆସୋସିଏଟ ପ୍ରଫେସର (ଲେବଲ-୧୩ଏ୨) ପାଇଁ ୧୭ଟି ପଦବୀ, ପ୍ରଫେସର (ଲେବଲ୧୪ଏ) ପାଇଁ ୩ଟି ପଦବୀ ରହିଛି ।

ଅନଲାଇନ ଆବେଦନ ଲିଙ୍କ: https://nitrkl.ac.in/recruitment/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-NIT-Rourkela-Professor-Associate-Assistant-Professor-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nitrkl.ac.in/

Get real time updates directly on you device, subscribe now.