fbpx

ଓଡ଼ିଶା ଭାସ୍କର ବ୍ୟୁରୋ: ଆତଙ୍କୀ କବଳରୁ ମୁକୁଳିଛନ୍ତି ସମସ୍ତ ୧୫୦ ଭାରତୀୟ। ସମସ୍ତଙ୍କୁ ସୁରକ୍ଷିତ ଭାବେ କାବୁଲ୍‌ ଏୟାର୍‌ ପୋର୍ଟରେ ସେମାନେ ଛାଡ଼ି ଦେଇଛନ୍ତି। ଫଳରେ ଖୁବ୍‌ ଶୀଘ୍ର ଭାରତୀୟମାନେ ବିମାନରେ ଫେରିବେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଶନିବାର ସକାଳ ସମୟରେ ୧୫୦ ଭାରତୀୟଙ୍କୁ ଅପହରଣ କରିନେଇଥିଲେ ତାଲିବାନୀ। ତେବେ ଭାରତୀୟଙ୍କୁ ପଚରାଉଚରା କରିବା ସହ ପାସ୍‌ପୋର୍ଟ ଚେକ୍‌ କରିବା ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି। କିନ୍ତୁ ଏ ସମ୍ପର୍କରେ ଅଫିସିଆଲ୍‌ ଭାବେ ଭାରତ ସରକାରଙ୍କ ପକ୍ଷରୁ କିଛି ବିବୃତ୍ତି ଜାରି ହୋଇନି।

Get real time updates directly on you device, subscribe now.