fbpx

WAPCOS Limited ପକ୍ଷରୁ ବାହାରିଲା ୧୬୧ଟି ପଦବୀ: ଡାଟା ଏଣ୍ଟ୍ରି ଅପରେଟର ଓ ଅଫିସ୍ ଆସିଷ୍ଟାଣ୍ଟ ପୋଷ୍ଟରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ୱାପକସ ଲିମିଟେଡ ପକ୍ଷରୁ ୧୬୧ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କନଷ୍ଟ୍ରକସନ ଇଞ୍ଜିନିୟର, ସାଇଟ୍ ଇଞ୍ଜିନିୟର, ସର୍ଭେ ଇଞ୍ଜିନିୟର ଓ ଆକାଉଣ୍ଟସ ଆସିଷ୍ଟାଣ୍ଟ / ଏକ୍ସପର୍ଟ, ଡାଟା ଏଣ୍ଟ୍ରି ଅପରେଟର / ଏକ୍ସପର୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଆବେଦନ କରିବାର ଅନ୍ତିମ ତାରିଖ ଫେବୃଆରୀ ମାସ ୨ ତାରିଖ ରହିଛି । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଭାଗରେ ଡିପ୍ଲୋମା / ଡିଗ୍ରୀ ରହିଥିବା ଆବଶ୍ୟକ । ମୋଟ ୧୮ ପ୍ରକାର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସମସ୍ତ ପଦବୀ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ବୟସ ଓ ଅଭିଜ୍ଞତା ୨୦୨୨ ବର୍ଷ ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ପ୍ରାର୍ଥୀଙ୍କୁ ସାକ୍ଷାତକାର / ଦକ୍ଷତା ପରୀକ୍ଷା ସମୟରେ ନୋ ଅବଜେକସନ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notification-WAPCOS-Various-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.wapcos.gov.in/

Get real time updates directly on you device, subscribe now.