fbpx

ରାଜଧାନୀର ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କରିବା ପାଇଁ ୧୭ ଦମକଳ ନିୟୋଜିତ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଚାଲିଛି । ମୁଣ୍ଡକା, ନେରଲା ଏବଂ ରୋହିଣୀ କୋର୍ଟ ପରେ ଏବେ ଦିଲ୍ଲୀର ବବାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ ମ୍ୟାନୁଫ୍ୟାକଚରିଙ୍ଗ ୟୁନିଟରେ ଭୀଷଣ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ରହିଛି ଯେ, ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୭ଟି ଦମକଳ ଗାଡି ନିୟୋଜିତ କରାଯାଇଛି ।

ଅଗ୍ନିକାଣ୍ଡର ଏକ ଫଟୋରେ ଦେଖାଯାଇଛି ଯେ, ବିଲଡିଂର ଉପରି ଭାଗରେ ଭୀଷଣ ନିଆଁ ଲାଗିତିବା ଏହି ଫଟୋରେ ଦେକିବାକୁ ମିଳିଛି । ତେବେ ଭିତରେ ଲୋକ ଫସି ରହିଛନ୍ତି କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହା ଏକ ଥିନର ଫ୍ୟାକ୍ଟ୍ରି ବୋଲି କୁହାଯାଉଥିବା ବେଳେ ଏଠାରେ ଦିନ ୧୨ଟା ସମୟରେ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୭ଟି ଦମକଳ ଗାଡି ନିୟୋଜିତ କରାଯାଇଛି ।ଏହାପୂର୍ବରୁ ରୋହିଣୀ କୋର୍ଟ ପରିସରରେ ଦ୍ୱିତୀୟ ମହଲାରେ ବିଚାରପତିଙ୍କ ଚାମ୍ବର ନିକଟରେ ନିଆଁ ଲାଗି ଯାଇଥିଲା । ଏହାପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ତେବେ ଏହି ଅଘଟଣରେ ପ୍ରାଣହାନୀ ହୋଇଥିବା ଘଟଣା ସାମନାକୁ ଆସିନାହିଁ । ତେବେ ଏହି ଭୟାନକ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୫ଟି ଦମକଳ ଗାଡି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ସେହିଭଳି ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ମଧ୍ୟ ବଡ ଧରଣର ନିଆଁ ଲାଗିଥିଲା । ତେବେ ଏହି ଘଟଣାରେ ୨୭ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡ ପାଇଁ ଏମସିଡିର ୩ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ଦିଲ୍ଲୀରେ ସିରିଜ ଅଗ୍ନିକାଣ୍ଡ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସିବିଆଇ ଯାଞ୍ଚ ପାଇଁ ଅପିଲ କରିଛି ବିଜେପି ।

Get real time updates directly on you device, subscribe now.