ଭାରତରେ ଆତଙ୍କ ଖେଳାଇଥିଲେ ୧୦ ପାକିସ୍ତାନୀ ଆତଙ୍କୀ; ଆଜିର ଦିନରେ ମୁମ୍ବାଇରେ ହୋଇଥିଲା ବଡ଼ ହାମଲା, ସାରା ବିଶ୍ବ ନିନ୍ଦା କରିଥିଲା ପାକିସ୍ତାନକୁ…

ମୁମ୍ବାଇ ଆତଙ୍କୀ ହାମଲାକୁ ପୁରିଲା ୧୭ ବର୍ଷ

ଓଡିଶା ଭାସ୍କର: ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ପୁରିଲା ୧୭ ବର୍ଷ। ୨୦୦୮ରେ ମୁମ୍ବାଇରେ ହୋଇଥିଲା ବଡ଼ ଧରଣର ଆତଙ୍କୀ ହାମଲା। ୨୬ ନଭେମ୍ବର, ୨୦୦୮ରେ, ଆତଙ୍କବାଦୀ ସାରା ମୁମ୍ବାଇ ସହରରେ ଆତଙ୍କ ଖେଳାଇ ଦେଇଥିଲେ, ଲସ୍କର-ଏ-ତୈବାର ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ୬୦ ଘଣ୍ଟା ପାଇଁ ସହରକୁ ବନ୍ଧକ କରିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତାଜ ହୋଟେଲ, ଓବେରଏ, ଛତ୍ରପତି ଶିବାଜୀ ଟର୍ମିନାଲସ୍ ଏବଂ ନରିମାନ ହାଉସ୍ – ଏହି ସ୍ଥାନଗୁଡିକୁ ଟାର୍ଗେଟ କରିଥିଲେ ଆତଙ୍କୀ। ୨୬ ବିଦେଶୀ ଏବଂ ୨୦ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬୬ ଜଣ ପ୍ରାଣ ହରାଇଥିଲେ।ଯାହାକି କେବଳ ଭାରତ ନୁହେଁ ସାରା ବିଶ୍ବରେ ଆତଙ୍କ ଖେଳାଇଥିଲା।

ପାକିସ୍ତାନ କେତେ ଯେ ନୃଶଂସ ହୋଇପାରେ ତାହା ସେଦିନ ସାରା ବିଶ୍ବ ଦେଖିଥିଲା। ରାଗ ସୁଝାଇବା ପାଇଁ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲା ଏହି ପଡୋଶୀ ଶତ୍ରୁ ଦେଶ।

କିପରି ଭାରତରେ ପ୍ରବେଶ କରିଥିଲା ଆତଙ୍କୀ: ଦଶ ଜଣ ଆତଙ୍କୀ ବନ୍ଧୁକ ଧରି ପାକିସ୍ତାନରୁ ଡଙ୍ଗାରେ ଆରବ ସାଗର ଦେଇ ଭାରତକୁ ପ୍ରବେଶ କରିଥିଲେ।। ଜଣେ ମାଠ ଧରାଳି ଠାରୁ ବୋଟ ଛଡାଇ ନେଇ ଭାରତକୁ ଆସିଥିଲେ।

ଡେଭିଡ୍ ହେଡଲି, ଜଣେ ଆମେରିକୀୟ ସ୍କାଉଟ୍, ମାସ ମାସ ଧରି ଗୁପ୍ତଚର କାର‌୍ୟ୍ୟର କରି ଭାରତର ବିଭିନ୍ନ ସ୍ଥାନର ଫଟୋ ଏହି ଆତଙ୍କୀ ମାନଙ୍କୁ ପଠାଉଥିଲା, ଯେଉଁଥି ପାଇଁ କି ଭାରତର ଜନଗହଳି ସ୍ଥାନକୁ ଟାର୍ଗେଟ କରିବା ଆତଙ୍କବାଦୀ ମାନଙ୍କ ପାଇଁ ସହଜ ହୋଇଥିଲା।

ଆଉ ଏହି ଆତଙ୍କୀ ହାମଲା କରିବା ସମୟରେ ପ୍ରାୟ ନଅ ଜଣ ଆତଙ୍କୀ ମରି ସାରିଥିଲେ ଏମାନଙ୍କ ଭିତରୁ ଅଜମଲ କସାବ ନାମକ ଜଣେ ଆତଙ୍କୀ ବଞ୍ଚିଯାଇଥିଲା, ଆଉ ପରେ ସେ ହିଁ ଏସମସ୍ତ ଭୁଲ ସ୍ବିକାର କରିଥିଲା।

୨୦୧୨ରେ ସତ ସ୍ବିକାର କଲା ଅଜମଲ: ଏହି ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କୁ ମଧ୍ୟରୁ ଅଜମଲ କଶାବ ନାମକ ଆତଙ୍କୀ କେବଳ ବଞ୍ଚି ଯାଇଥିଲା। ଆଉ ଏହି ଆତଙ୍କୀ ସ୍ବିକାର କରିଥିଲା ଯେ ପାକିସ୍ତାନରେ ଥିବା ଲସ୍କର-ଇ-ତାଇବା ଆତଙ୍କୀଗୋଷ୍ଠୀ ଭାରତରେ ହୋଇଥିବା ଏହି ବଡ଼ ଧରଣର ଆକ୍ରମଣ କରିଥିଲା।

ଦେଖିବାକୁ ଗଲେ ଭାରତରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନ ପୁରା ପୁରି ମନା କରିଥିଲା କି ଏଥିରେ ତାର କୌଣସି ଦୋଷ ନାହିଁ ମାତ୍ର ପରେ ପଡୋଶୀ ପାକ ଅଜମଲ ତାଙ୍କ ଦେଶର ଆତଙ୍କୀ ବୋଲି ସ୍ବିକାର କରିଥିଲା।