fbpx

ଆକ୍ରାନ୍ତ ସଂଖ୍ୟା ପୁଣି ୧୭ ଶହ ଟପିଲା, ଆଜି ଚିହ୍ନଟ ହେଲେ ୧୭୮୪ ପଜିଟିଭ୍, ରାଜ୍ୟରେ ପୁଣି ଦୁଇଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି ୧୭୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୩୫ ଓ ସ୍ଥାନୀୟ ଅଞ୍ଚଳରୁ ୭୪୯ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୩୦କୁ ବୃଦ୍ଧି ପାଇଛି । ମୃତକଦ୍ୱୟ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୮୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୦୦ ରହିଥିବା ବେଳେ ୧୦ ହଜାର ୫୦୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.