ସାବଧାନ୍! ରାଗରେ ସାଙ୍ଗକୁ ପିଟିପିଟି ମାରିଲା ଯୁବକ, ଏମିତି ପିଲା ସହ ବନ୍ଧୁତା କରିବା ଆଗରୁ ୧୦ଥର ଭାବନ୍ତୁ…
ରାଗରେ ପିଟିପିଟି ମାରିଦେଲା ସାଙ୍ଗ!
ଓଡିଶା ଭାସ୍କର: ଏକ ଚାଞ୍ଚଲ୍ଯକର ଖବର ଏବେ ସାମ୍ନାକୁ ଆସିଛି। ରାଗରେ ସାଙ୍ଗକୁ ପିଟିପିଟି ମାରିଦେଲା ଯୁବକ। କିଛି ବି ଭାବିଲାନାହିଁ। ସାଙ୍ଗ ଯେତେ ଚିତ୍କାର କରୁଥିଲେ ମଧ୍ୟ ଶୁଣିଲାନାହିଁ। ଘଟଣାସ୍ଥଳୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ମଧ୍ୟ ପୋଲିସ ଖୋଜାଖୋଜି କରିବା ଆରମ୍ଭ କରିଦେଇଛି।
ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ କିଛି ଝଗଡାକୁ ନେଇ ତିନି ସାଙ୍ଗଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପରେ ଜଣେ ୧୮ ବର୍ଷୀୟ ଛାତ୍ରଙ୍କୁ ତାଙ୍କର ଦୁଇ ସହପାଠୀ ଛୁରୀରେ ଭୁସି ହତ୍ୟା କରିଛନ୍ତି।
ମୃତ ଛାତ୍ରଙ୍କ ନାମ ଅର୍ଶନ ବୋଲି ଜଣାପଡିଛି ସେ ଯୁକ୍ତ ଦୁଇରେ ପାଠ୍ଯ ଅଧ୍ଯୟନ କରୁଥିଲେ। ଶାମଲି ପୋଲିସ ଅଧୀକ୍ଷକ ଏନ ପି ସିଂହ କହିଛନ୍ତି ଯେ ଆକ୍ରମଣରେ ଅର୍ଶଦ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ତେବେ ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ଯ ଖେଳିଯାଇଛି।
ଏହି ସମୟରେ, ଗ୍ରାମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅଞ୍ଚଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି, ଏସପି କହିଛନ୍ତି।
ଦୁଇ ଯୁବକ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଖୋଜାଖୋଜା କରାଯାଉଛି। ସେମାନଙ୍କ ସନ୍ଧାନ ମିଳିଲେ ତାଙ୍କୁ କାହିଁକି ଆକ୍ରମଣ କରିଥିଲେ ଓ ସେମାନଙ୍କ ଭିତତରେ ଝଗଡା ହେବା ପଛର କାରଣ ବାବଦରେ ଜଣାପଡିବ।
ସୂଚନାଯୋଗ୍ଯ ଯେ ସେମାନେ ଯୁବକକୁ ଆକ୍ରମଣ କରିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛି ସେମାନଙ୍କର ଅନ୍ଯନ୍ଯ ସାଙ୍ଗକୁ ଏବାବଦରେ ପଚରାଉଚରା କରିବା ଆରମ୍ଭ କରିଦେଇଛି। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ପୋଲିସ କହିଛି।
ତେବେ ଦେଖାଯାଉ ଘଟଣା ଆଗକୁ କେଉଁ ମୋଡ ନେଉଛି। ଦୁଇ ଅଭୁଯୁକ୍ତ ଧରାପଡିଲେ ହିଁ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଉଭୟଙ୍କର ଘର ଲୋକଙ୍କ ସହ ପୋଲିସ ଆଲୋଚନା ମଧ୍ୟ କରୁଛି।
