fbpx

ସାଧାରଣତନ୍ତ୍ର ଦିବସ ଅବସରରେ ମହାରାଷ୍ଟ୍ର ଜେଲ୍‌ରୁ ମୁକ୍ତ ହେଲେ ୧୮୯ ଜଣ କଏଦୀ

ମୁମ୍ବାଇ: ସାଧାରଣତନ୍ତ୍ର ଦିବସ ଅବସରରେ ମହାରାଷ୍ଟ୍ରର ବିଭିନ୍ନ କାରଗାରରୁ କଏଦୀମାନଙ୍କୁ ମୁକ୍ତ କରାଯାଇଛି। ୧୮୯ ଜଣ କଏଦୀଙ୍କୁ ସ୍ୱତନ୍ତ୍ର କ୍ଷମା ଦେବା ପାଇଁ ରାଜ୍ୟ ସରକାର ଆଦେଶ ଜାରି କରିଥିଲେ। ସୂଚନା ଅନୁସାରେ ମୁକ୍ତ ହୋଇଥିବା କଏଦୀମାନଙ୍କ ମଧ୍ୟରେ ନାଶିକ ଏବଂ ନାଗପୁର କେନ୍ଦ୍ରୀୟ କାରଗାରରୁ ୩୫ ଜଣ,ପୁଣେର ୟାରୱାଡ଼ା ସେଣ୍ଟ୍ରାଲ ଜେଲ୍‌ରୁ ୨୦ ଜଣ , ନଭି ମୁମ୍ବାଇର ତାଲୋଜା ସେଣ୍ଟ୍ରାଲ ଜେଲରୁ ୧୬ ଜଣ,ଥାନେ ସେଣ୍ଟ୍ରାଲ ଜେଲରୁ ୧୧ ଜଣ ଏବଂ ମୁମ୍ବାଇ ସେଣ୍ଟ୍ରାଲ କାରାଗାର (ରୋଡ଼୍ ଜେଲରୁ ) ୪ ଜଣ ଲେଖାଏଁ କଏଦୀ ଅଛନ୍ତି ବୋଲି କାରଗାରର ମୁଖପାତ୍ର କହିଛନ୍ତି।

ମହାରାଷ୍ଟ୍ର କାରଗାର ବିଭାଗ ଗତ ସପ୍ତାହରେ ‘ଆଜାଦି କି ଅମୃତ’ ମହୋତ୍ସବକୁ ପାଳନ ଅବସରରେ କହିଥିଲେ ଯେ, କିଛି କଏଦୀ ମାନଙ୍କୁ ସରକାର କ୍ଷମା ଦେବାକୁ ନିଷ୍ପତ୍ତି ନେଇଛି। ୧୫ ଅଗଷ୍ଟ ୨୦୨୨,୨୬ ଜାନୁଆରୀ୨୦୨୩ ଏବଂ ୧୫ ଅଗଷ୍ଟ ୨୦୨୩ ରେ ତିନି ଥର ମୁକ୍ତ କରିବାକୁ କହିଛନ୍ତି। କଏଦୀମାନଙ୍କର ବୟସ,ଜେଲ୍‌ରେ ବିତାଇଥିବା ସମୟ,ଭିନ୍ନକ୍ଷମ ଏବଂ ସ୍ୱାସ୍ଥ୍ୟ ଅବସ୍ଥାକୁ ଆଧାର କରି ସେମାନଙ୍କୁ ଚୟନ କରାଯାଇଥିଲା । ମୁକ୍ତ ହୋଇଥିବା କଏଦୀମାନଙ୍କ ମଧ୍ୟରୁ ୧୬ ରୁ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ ଏବଂ ସେମାନେ ୫୦ ପ୍ରତିଶତ ଦଣ୍ଡ ଭୋଗିସାରିଛନ୍ତି । ସେଠାରେ ୧୬୨ ଜଣ କଏଦୀ ଅଛନ୍ତି ଯେଉଁମାନେ ମୋଟ ଦଣ୍ଡର ୬୬ ପ୍ରତିଶତ ସମାପ୍ତ କରିଛନ୍ତି।

ଏଥି ମଧ୍ୟରୁ ୧୦ ଜଣ କଏଦୀଙ୍କ ବୟସ ୧୮ ରୁ ୨୧ ବର୍ଷ ମଧ୍ୟରେ ରହିଛି ।ଯେଉଁମାନେ ଦ୍ୱିତୀୟଥର ଅପରାଧ କରିନାହାନ୍ତି। ଏହା ସହିତ ଗଣେ ଗରିବ କଏଦୀ ଅଛନ୍ତି ,ଯିଏ ଦଣ୍ଡ ଭୋଗିଛନ୍ତି କିନ୍ତୁ ଜୋରିମାନା ପ୍ରଦାନ ନକରିବାରୁ ସେ ମୁକ୍ତ ହୋଇ ନାହାନ୍ତି। ରିପୋର୍ଟ ଅନୁସାରେ ୯ ଟି ସେଣ୍ଟ୍ରାଲ ଜେଲ ସହିତ ମୋଟ ୬୦ ଜେଲ ରହିଛି। ନଭେମ୍ବର ୨୦୨୨ ସୁଦ୍ଧା ଏହି ଜେଲ୍ ଗୁଡ଼ିକରେ ୪୦ ହଜାରରୁଅଧିକ କଏଦୀ ଥିଲେ।

Get real time updates directly on you device, subscribe now.