fbpx

ଓଡିଶାରେ ୧୯ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୩ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୨୫୧କୁ ବୃଦ୍ଧି ପାଇଛି ।

ତେବେ ରାଜ୍ୟରେ ଆଜି ୧୦ ହଜାର ୬୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭କୁ ବୃଦ୍ଧି ପାଇଛି । ସେହିପରି କଟକରୁ ୯୩୦, ସୁନ୍ଦରଗଡରୁ ୭୭୪, ଅନୁଗୁଳରୁ ୫୫୭, ବାଲେଶ୍ୱରୁ ୫୦୩, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୦୪, ବରଗଡରୁ ୩୯୧, ଝାରସୁଗୁଡାରୁ ୩୬୮, ନୟାଗଡରୁ ୩୫୭, ପୁରୀରୁ ୩୩୫, ନୂଆପଡାରୁ ୩୩୧, ଯାଜପୁରରୁ ୩୦୭, ଜଗତସିଂହପୁରରୁ ୨୭୮, ଷ୍ଟେଟପୁଲରୁ ୨୭୮, କଳାହାଣ୍ଡିରୁ ୨୬୩, ଗଞ୍ଜାମରୁ ୨୪୫, ବୌଦ୍ଧରୁ ୨୩୨, ଢେଙ୍କାନାଳରୁ ୨୨୦, ଭଦ୍ରକରୁ ୨୧୬, ନବରଙ୍ଗପୁରରୁ ୨୦୭, ବଲାଙ୍ଗିରରୁ ୧୯୮, ସୋନପୁରରୁ ୧୯୫, କେନ୍ଦ୍ରାପଡାରୁ ୧୮୫, କେନ୍ଦୁଝରରୁ ୧୭୫, କୋରାପୁଟରୁ ୧୬୪, ରାୟଗଡାରୁ ୧୬୩, ଦେବଗଡରୁ ୧୧୨, ଗଜପତିରୁ ୧୦୪, କନ୍ଧମାଳରୁ ୬୯, ମାଲକାନଗିରିରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.