fbpx

ବ୍ରାଉନ ସୁଗାର ଜବତ: ୨ ଗିରଫ

ଜଗତସିଂହପୁର, ୧୧ା୧୨ (ଓଡିଶା ଭାସ୍କର): ଅବକାରୀ ବିଭାଗ ପକ୍ଷରୁ ଆଳିପିଙ୍ଗଳ ଜେଲ୍ ଛକ ଓ କୋସିଦା ଛକରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ୪୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ୱାଡ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ ବୋଲି ଜଣାପଡ଼ିଛି । ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ୪.୭୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.