fbpx

ମାଓବାଦୀ ଖଞ୍ଜିଥିଲେ ବୋମା, ପହଞ୍ଚି ଗଲେ ସ୍ପେସାଲ୍ ସ୍କ୍ୱାଡ୍; ତାପରେ…

ରାଉରକେଲା,ଝାଡ଼ଖଣ୍ଡ(ଓଡ଼ିଶା ଭାସ୍କର): ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ପାଇଁ ସୁରଭୁରା କଲଭର୍ଟ ନିକଟ ଟୋକାଲୋ ପୋଲିସ ଷ୍ଟେସନ ଅନ୍ତର୍ଗତ କେରାରୁ ପଦ୍ମପୁରକୁ ଯାଉଥିବା ମୁଖ୍ୟ ରାସ୍ତାରେ ସିପିଆଇ ମାଓବାଦୀ ପକ୍ଷରୁ ଆଇଡି ବୋମା ଲଗାଯାଇଥିଲା । ଗୁଇନ୍ଦା ସୂତ୍ରରୁ ଖବର ପାଇ ପୋଲିସ ବୋମା ନିଷ୍କ୍ରିୟ କରିବାରେ ସଫଳ ହୋଇଛି ।

ବୋମା ନିଷ୍କ୍ରିୟ ପାଇଁ ଚାଇବାସା ପୋଲିସ ଏବଂ ସିଆରପିଏଫ ୬୦ ବାଟାଲିୟନର ମିଳିତ ଅପରେସନ କରାଯାଇଥିଲା । ସର୍ଚ୍ଚ ଅପରେସନରେ ସମୟରେ ଏସଓପି ଅନୁଯାୟୀ ସତର୍କତା ଅବଲମ୍ବନ କରୁଥିବାବେଳେ ସିଆରପିଏଫ ୬୦ ବାଟାଲିୟନ ଏବଂ ସୁରକ୍ଷା ବାହିନୀର ବିଡିଡିଏସ ଦଳ ଦ୍ୱାରା ୩ଟି ଆଇଡି ବୋମା (୪୦ କିଲୋଗ୍ରାମର ଦୁଇଟି ପାଇପ ବୋମା ଏବଂ ୨୦ କିଲୋଗ୍ରାମର ଗୋଟିଏ ବୋମା) ଚିହ୍ନଟ ହୋଇଥିଲା । ଏହା ପରେ ବିଡିଡିଏସ ଦଳ ଦ୍ୱାରା ସମସ୍ତ ଆଇଡି ବୋମା ଠିକ୍ ଭାବରେ ନଷ୍ଟ କରାଯାଇଥିଲା ।

ଏହାକୂ ନେଇ ଟୋକୋ ପୋଲିସ ଷ୍ଟେସନରେ ମାମଲା ରୁଜୁ କରି, ଆଇପିଡି, ବିସ୍ଫୋରକ ପଦାର୍ଥ ଅଧିନିୟମ, ସିଏଲଏ ଆକ୍ଟ ଏବଂ ୟୁଏପି ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.