fbpx

୨ କୋଟି ଲୋକଙ୍କୁ ମିଳିବନି ପିଏମ କିଷାନର ୧୩ତମ କିସ୍ତି ଟଙ୍କା, ସେଥିରେ ନାହିଁ ତ’ ଆପଣଙ୍କ ନାଁ ? ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ସମଗ୍ର ଦେଶର ଚାଷୀମାନେ ପିଏମ କିଷାନର ୧୩ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ଏବେ ଏହାକୁ ନେଇ ଆସିଛି ନୂଆ ଅପଡେଟ । କେନ୍ଦ୍ର ସରକାର ନକଲି ଚାଷୀଙ୍କୁ ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହା ଅଧିନରେ ୨ କୋଟି ଚାଷୀଙ୍କ ନାଁ ପିଏମ କିଷାନ ଯୋଜନା ଲିଷ୍ଟରୁ ହଟାଯାଇଛି, ଅର୍ଥାତ୍ ଏହି ଚାଷୀଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ । କେନ୍ଦ୍ର ସରକାର ଏହାର ସୂଚନା ଦେଇଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅଧୀନରେ ଅନେକ ରାଜ୍ୟର ଚାଷୀଙ୍କ ନାମ କଟାଯାଇଛି । ସରକାର କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ଲଗାତାର ଠକେଇକୁ ରୋକିବା ପାଇଁ ଆଧାର ଲିଙ୍କ ସହିତ ଏକ ଫିଲ୍ଟର ଲଗାଯାଇଛି, ଯେଉଁଥିପାଇଁ ଚାଷୀଙ୍କୁ ଚିହ୍ନଟ କରାଯାଉଛି । ଏହି କାରଣରୁ କୃଷକଙ୍କ ନାମ ତାଲିକାରୁ ହଟାଇ ଦିଆଯାଇଛି । ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀ ଏବଂ ଏପର୍ଯ୍ୟନ୍ତ ଆଧାରକୁ ଲିଙ୍କ କରିନାହାଁନ୍ତି କିମ୍ବା ଇ-କେୟାଇସି କରିନାହାଁନ୍ତି, ତେବେ ତୁରନ୍ତ କରାଇନିଅନ୍ତୁ । ନଚେତ୍ ପିଏମ କିଷାନର ୧୩ ତମ କିସ୍ତି ଟଙ୍କା ଆପଣଙ୍କୁ ମିଳିବ ନାହିଁ ।

ସୂଚନାଯୋଗ୍ୟ ଯେ, ଏହି ଯୋଜନା ଅଧୀନରେ ଅନେକ ଚାଷୀ ଏପରି ଅଛନ୍ତି ଯେଉଁମାନେ ନକଲି ଭାବରେ ଏହି ଯୋଜନାର ଫାଇଦା ଉଠାଉଛନ୍ତି । ସରକାର ଲଗାତାର ଭାବେ ଏପରି ଚାଷୀଙ୍କୁ ଚିହ୍ନଟ କରୁଛନ୍ତି, ଯେଉଁମାନେ ଭୁଲ ଭାବରେ ଏହାର ଫାଇଦା ଉଠାଉଛନ୍ତି । ଏହିପରି ଲୋକଙ୍କୁ ଏହି ଯୋଜନାର ଲାଭ ପାଇବାକୁ ରୋକିବା ପାଇଁ ସରକାର ଚାରୋଟି ଫିଲ୍ଟର ଲଗାଇଛନ୍ତି, ଯାହାଦ୍ୱାରା ସେମାନଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ ।

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.in କୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Corner ସେକ୍ସନର ଭିତରେ Beneficiaries Status ଅପସନ୍ ଉପରେ କ୍ଲିକ କରନ୍ତୁ ।

-ଏହା ପରେ ଆପଣଙ୍କୁ ୱେବସାଇଟରେ ନିଜର ଆଧାର ନମ୍ବର, ମୋବାଇଲ ନମ୍ବର ଭଳି ଆବଶ୍ୟକ ସୂଚନା ଦେବାକୁ ହେବ ।

-ଏହାପରେ ଆପଣଙ୍କୁ ସ୍କ୍ରିନରେ ଏକ ଲିଷ୍ଟ ଆସିବ, ଆପଣ ଏହି ଲିଷ୍ଟରେ ନିଜ ନାମ ଚେକ କରିପାରିବେ ।

Get real time updates directly on you device, subscribe now.