fbpx

କରୋନା ରୋଗୀଙ୍କ ଅକ୍ସିଜେନ ସମସ୍ୟା ଦୂର ହେବ: ଆସନ୍ତାକାଲି ମିଳିବ ଡିଆରଡିଓ ଭ୍ୟାକ୍ସିନ୍ ‘୨-ଡିଜି’

ନୂଆଦିଲ୍ଲୀ, ୧୫ା୫: କରୋନା ଲଢ଼େଇ ପାଇଁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ୍ ‘୨-ଡିଜି’ର ପ୍ରସ୍ତୁତି ସରିଛି । ଆଜି କିମ୍ବା ଆସନ୍ତାକାଲି ଏହାର ୧୦ ହଜାର ଡୋଜ୍ ମିଳିବ । ଏହି ଭ୍ୟାକ୍ସିନ ରୋଗୀଙ୍କର ଅକ୍ସିଜେନ ପ୍ରତି ନିର୍ଭରତାକୁ ହ୍ରାସ କରିବ ବୋଲି କୁହାଯାଉଛି । ଏଥିସହିତ ଭବିଷ୍ୟତରେ ଟିକାର ଉତ୍ପାଦନ ବୃଦ୍ଧି ନେଇ ଗୁରୁତ୍ୱାରୋପ କରାଯିବ ବୋଲି ସୂଚନା ଦିଆଯାଇଛି ।

ଡିଆରଡିଓର ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଟିକାକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । ହାଇଦ୍ରାବାଦ ବ୍ୟତୀତ ଅନ୍ୟ କେନ୍ଦ୍ରରେ ଏହି ଭ୍ୟାକ୍ସିନର ଉତ୍ପାଦନ ଜାରି ରହିଛି । ଏହି ଭ୍ୟାକ୍ସିନ ରୋଗୀଙ୍କର ଅକ୍ସିଜେନ ଉପରେ ନିର୍ଭରତାକୁ ହ୍ରାସ କରିବା ସହ କମ ସମୟ ମଧ୍ୟରେ ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେବ ବୋଲି ଡିଆରଡିଓର ଜଣେ ଅଧିକାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.