+2 Exam: ଆଜି ଘୋଷଣା ହେବ +୨ ପରୀକ୍ଷା ତାରିଖ; ଡିସେମ୍ବର ୧୫ ସୁଦ୍ଧା ଆଡମିଟ୍ କାର୍ଡ, ଫେରବୃଆରୀରେ ପରୀକ୍ଷା !
ଆଜି ଘୋଷଣା ହେବ +୨ ପରୀକ୍ଷା ତାରିଖ
ଭୁବନେଶ୍ବର: ଆଜି ଘୋଷଣା ହୋଇପାରେ +2 ପରୀକ୍ଷା ତାରିଖ । ଉଚ୍ଛ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୋଷଣା ହେବ ତାରିଖ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ଫର୍ମ ପୂରଣ କରିଛନ୍ତି ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।
ତେବେ ଡିସେମ୍ବର 15 ତାରିଖ ସୁଦ୍ଧା ଆଡମିଟ୍ କାର୍ଡ ମିଳିବ ଏବଂ ଫେବ୍ରୁଆରୀରୁ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଏଥିପାଇଁ ସିଏଚଏସଇର କମିଟି ବୈଠକ ଅନୁଷ୍ଠିତ ହେବ । କମିଟିର ବୈଠକରେ ସିଏଚଏସଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀରେ ବାଜିବ ମୋହର ।
