ରାତାରାତି ବନିଗଲେ ଲକ୍ଷପତି; ଦିନେ ବିକୁଥିଲେ ପରିବା ବର୍ତ୍ତମାନ ପାଖରେ ରହିଛି ପୁଳା ପୁଳା ଟଙ୍କା, ମାତ୍ର ଏହା କେମିତି ସମ୍ଭବ ହେଲା ?

ପରିବା ବିକାଳିଙ୍କୁ ଲକ୍ଷପତି କଲା ଚିକମିକ୍ ପଥର !

ଓଡିଶା ଭାସ୍କର: ମଧ୍ୟପ୍ରଦେଶର ପାନ୍ନା ଅଞ୍ଚଳକୁ ସିଟି ଅଫ ଡାଇମଣ୍ଡ ବୋଲି କୁହାଯାଏ। ଆଉ ସେହି ସହର ରାତାରାତି ଦୁଇ ମଧ୍ୟବିତ୍ତ ପରିବାର ଲୋକଙ୍କ ଭାଗ୍ଯ ବଦଳାଇ ଦେଇଛି।

ମାଟି ଖୋଳୁ ଖୋଳୁ ମିଳିଥିଲା ଏକ ପଥର ପ୍ରଥମେ ସତିଜ ଓ ସଜିଦ ନାମକ ଦୁଇ ଯୁବକ ଏହାକୁ ଫୋପଡି ଦେଇଥିଲେ, ମାତ୍ର ଯେତେବେଳେ ଏହା ସୂର୍ଯ୍ଯକିରଣରେ ଚମକିବାକୁ ଲାଗିଲା, ସେତେବେଳେ ଜଣାପଡିଲା ଅସଲି କଥା।

ସତିଶର ଗୋଟିଏ ମିଟ ସପ ଥିଲା ଅନ୍ଯପଟେ ସଜିଦର ଗୋଟିଏ ଫଳ ଦୋକାନ ଥିଲା। ମାତ୍ର ଦୁଇ ବନ୍ଧୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ।

ନିଜ ଭାଗ୍ଯକୁ ଭରଷା କରି ସେମାନେ ପନ୍ନାର କୃଷ୍ଣ କଲ୍ୟାଣପୁର ଅଞ୍ଚଳରେ ଏକ ଛୋଟ ଖଣି ଯାଗା ଭଡା ନେବାକୁ ନିଷ୍ପତ୍ତି ନେଲେ। ସେମାନେ ଭାବିଥିଲେ କି ଏଠାରୁ ଯଦି ଗୋଟିଏ ଛୋଟ ହୀରା ମିଳିଯାଏ, ତେବେ ଏହା ତାଙ୍କର ଆର୍ଥିକ ଚାପକୁ କମ କରିପାରିବ।

ତେବେ ହୀରା ମିଳିବାର ସୁଯୋଗ ବହୁତ କମ ଥିଲା। ମାତ୍ର ଜୀବନରେ ଗୋଟିଏ ଥର ଦୁଇ ସାଙ୍ଗ ରିସ୍କ ନେଇ ନିଜ ଜୀବନକୁ ରାତାରିତି ବଦଳାଇବା ପାଇଁ ଚାହୁଁଥିଲେ।

ଲିଜ୍ ନେବାର ପ୍ରାୟ 20 ଦିନ ପରେ, ଦୁଇ ସାଙ୍ଗ ମାଟି ଖୋଳିବା ସମୟରେ ମାଟିରେ କିଛି ଚମକଦାର ପଦାର୍ଥ ନଜର ଆସିଥିଲା। ପ୍ରଥମେ, ସେମାନେ ଏହାକୁ ଏକ ସାଧାରଣ ପଥର ବୋଲି ଭାବି ଫୋପାଡି ଦେଇଥିଲେ।

ମାତ୍ର ଯେତେବେଳେ ଏହା ଉପରେ ସୂର୍ଯ୍ଯକିରଣ ପଡିଲା ଓ ପଥରଟି ଚମକିବାକୁ ଲାଗିଲା ସେତେବେଳେ ଦୁଇ ସାଙ୍ଗ ସନ୍ଦେହରେ ପଥରଟିକୁ ଉଠାଇଥିଲେ।

ନିକଟରେ ଥିବା ପାନ୍ନା ଡାଇମଣ୍ଡ ଅଫିସକୁ ନେଇ ପଥରଟି ଯାଞ୍ଚ କରିବାରୁ ସୁନିଶ୍ଚିନ୍ତ ହୋଇଥିଲେ କି ଏହା ଏକ ଡାଇମଣ୍ଡ ଯାହାର ମୁଲ୍ଯା ପ୍ରାୟ 50 ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହୋଇପାରେ।

ସୂଚନାଯୋଗ୍ଯ ଯେ ଆଗରୁ ଦୁଇ ଜଣଙ୍କ ବାପା ମଧ୍ୟ ଏହି ପରି ରିସ୍କ ନେଇ ହାର ମାନିଥିଲେ। ଅନେକ କ୍ଷତି ସହିଥଇଲେ। ମାତ୍ର ଦୁଇ ସାଙ୍ଗ ଭଉଣୀ ବାହାଘର ପାଇଁ ଟଙ୍କା ଯୋଗାଡ ହୋଇ ନପାରିବାରୁ ଏପରି ରିସ୍କ ନେଇଥିଲେ ଓ ସଫଳ ହୋଇଥିଲେ।

ମଧ୍ୟପ୍ରଦେଶର ପାନ୍ନାରେ ରହୁଥିବା ଲୋକମାନେ ବିଶ୍ବାସ କରନ୍ତି କି ସେଠାର ମାଟି ତଳେ ଅନେକ ହୀରା ପୋତି ହୋଇ ରହିଛି। ମାତ୍ର ଏହା କେତେବେଳେ କାହା ଭାଗ୍ଯରେ ମିଳିବ ସେପରି କିଛି କହି ହେବ ନାହିଁ।