fbpx

ଆସିଲା ୨ଲକ୍ଷରୁ ଅଧିକ ‘କୋଭିସିଲ୍ଡ’ ଟିକା, ୧୮-୪୪ବର୍ଗ ପାଇଁ ଦୂର ହେଲା ଟିକା ସଂକଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାକୁ ଆସିଛି ଆଉ ୨ଲକ୍ଷ ୨୭ ହଜାର ୭୫୦ ଡୋଜ୍‌ କୋଭିସିଲ୍ଡ ଟିକା । ଶନିବାର ପୁନେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏଗୁଡ଼ିକୁ ଷ୍ଟୋରେଜ୍‌ ରୁମ୍‌କୁ ନିଆଯାଇଛି ।

ଏହି ଟିକାଗୁଡ଼ିକ ରାଜ୍ୟରେ ଦେଖାଦେଇଥିବା ଟିକା ସଙ୍କଟକୁ କିଛି ମାତ୍ରାରେ ସମାଧାନ କରିବାରେ ସହାୟକ ହୋଇପାରିବ । ରାଜ୍ୟରେ ୧୮-୪୪ବର୍ଗର ଲୋକଙ୍କ ଟିକାକରଣ ବ୍ୟାଘାତ ହେବା ନେଇ ରହିଥିବା ଆଶଙ୍କା ମଧ୍ୟ ଦୂର ହୋଇଛି।

Get real time updates directly on you device, subscribe now.