fbpx

୨ୟ ଡୋଜ୍ ଅପେକ୍ଷାରତଙ୍କୁ ପ୍ରାଥମିକତା ଦିଆଯାଉ: ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୦୬/୦୫ (ଓଡ଼ିଶା ଭାସ୍କର): ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ଆଜି କୋଭିଡ୍ ସ୍ଥିତି ନେଇ ଗୁରୁତ୍ୱପୁର୍ଣ୍ଣ ସୁଚନା ଦେଉଛନ୍ତି । ସେ କହିଛନ୍ତି ଯେ, ଯେଉଁ ମାନେ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି ସେମାନଙ୍କର ଦ୍ୱିତୀୟ ଡୋଜ୍ କୁ ଆଗ ପ୍ରାଥମିକତା ଦିଆଯାଉ । କାରଣ ସେମାନଙ୍କର ଯଦି ଦ୍ୱିତୀୟ ଡୋଜ୍ ଟିକା ନେବା ବିଳମ୍ବ ହୁଏ ତେବେ ତାହା ଆଉ କାମ କରିବ ନାହିଁ । ତେଣୁ ସେ ଆଜି କହିଛନ୍ତି ଯେ, ପ୍ରଥମ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତି ମାନେ ଅପେକ୍ଷା କରନ୍ତୁ । ୧୮ରୁ ୪୪ ବର୍ଗର ଲୋକଙ୍କୁ ଏବେ କେବଳ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । କୋଭାକ୍ସିନ୍ ଆସିଛି ତେଣୁ ତାକୁ ଦିଆଯାଉଛି । କୋଭିସିଲ୍ଡ ଆସିଲେ ଦିଆଯିବ ବୋଲି ସେ କହିଛନ୍ତି । ଟିକା ପାଇଁ କମ୍ପାନୀ ମାନଙ୍କୁ ଅର୍ଡର ଦିଆଯାଇଛି । ଟିକା ପହଞ୍ଚିଲେ ସେମାନଙ୍କୁ ଟିକାକରଣ କରାଯିବ ।

ସେ କହିଛନ୍ତି ଯେ, ରାଜ୍ୟରେ ଏବେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ୨ୟ ଡୋଜ୍ ଦିଆଗଲାଣି । ତେବେ ରାଜ୍ୟରେ ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗରେ ମୋଟ ୧ କୋଟି ୧୧୬ ଲକ୍ଷ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ୍ ନେଇସାରିଲେଣି ଏବଂ ୨୩ ଲକ୍ଷ ୪୩ ହଜାର ଲୋକଙ୍କ ୨ୟ ଡୋଜ୍ ଡିଉ ହେଲାଣି । ୨ୟ ଡୋଜ୍ ଆମେ ଏଯାଏ ୫ ଲକ୍ଷ ୯୬ ହଜାର ଲୋକଙ୍କୁ ଦେଲୁଣି । ଏଯାଏ ପାଖାପାଖି ୧୭ ଲକ୍ଷ ଲୋକଙ୍କ ୨ୟ ଡୋଜ୍ ଡିଉ ହେଉଛି । ଏବେ ବିଏମସିରେ କୋଭାକ୍ସିନ୍ ଦିଆଯାଉଛି । ଘରୋଇ ହସ୍ପିଟାଲରେ ୧ମ ଡୋଜ୍ ନେଇଥିଲେ, ସରକାରୀ ହସ୍ପିଟାଲରେ ୨ୟ ଡୋଜ୍ ନେଇପାରିବେ । ସରକାରୀ ହସ୍ପିଟାଳରେ ମାଗଣାରେ ଟିକା ଦିଆଯାଉଛି ।

ଅନ୍ୟପଟେ, ବିଏମସିକୁ ଛାଡି ଅନ୍ୟ ୩୦ ଜିଲ୍ଲାରେ କୋଭିସିଏଡ୍ ଟିକା ଦିଆଯାଉଥିବାରୁ ସମସ୍ୟା ଉପଜୁଛି । ଆମେ ତୁରନ୍ତ ୧୫ ଲକ୍ଷ ଡୋଜ୍ ଟିକା ଦେବାକୁ କେନ୍ଦ୍ରକୁ ନିବେଦନ କରିଛୁ । ତେଣୁ ୧୫ ଦିନ ମଧ୍ୟରେ ୬/୭ ଲକ୍ଷ ଡୋଜ୍ ଟିକା ଦେବା ନେଇ ଆଶା ରଖିଛୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.