ବାଲିଯାତ୍ରାରେ ଠେଲାପେଲା; ପ୍ରବଳ ଭିଡ଼ରେ ଦୁଇ ଅଚେତ୍, ଶ୍ରେୟା ଘୋଷାଲଙ୍କ ସଙ୍ଗୀତ ଦେଖିବା ପାଇଁ ହୋଇଥିଲା ପ୍ରବଳ ଭିଡ଼…

ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଲେ ଅତିରିକ୍ତ ସିପି...

ଓଡିଶା ଭାସ୍କର: କଟକ ବାଲିଯାତ୍ରାରେ ଠେଲାପେଲା। ଶ୍ରେୟା ଘୋଷାଲାଙ୍କ କାର୍ଯ୍ଯକ୍ରମ ଚାଲିଥିବା ସ୍ଥାନରେ ହଠାତ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଅଧିକ ଲୋକ ଥିବାରୁ ପ୍ରବଳ ଭିଡ଼ ଭିତରେ ପରିସ୍ଥିତି ଅସମ୍ଭାଳ ହୋଇ ପଡିଥିଲା। ଏହାରି ଭିତରେ ଦୁଇ ଜଣ ଅଚେତ ହୋଇଯାଇଥିବା କୁହାଯାଉଛି। ଆମ୍ବୁଲାନ୍ସ ଯୋଗେ ଦୁଇ ଅଚେତଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ନିଆଯାଇଥିଲା।

ଆଜି କଟକ ବାଲିଯାତ୍ରାର ଅନ୍ତିମ ଦିନ ଥିବାରୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷ କରି ବଲିଉଡ କଣ୍ଠ ଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ଯକ୍ରମରେ ଅସମ୍ଭବ ଭିଡ଼ ହୋଇଥିଲା। ବ୍ଯାରିକେଡ ନିକଟରେ ଠେଲାପେଲା ହେବାରୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ଅତିରିକ୍ତ ସିପି ପହଞ୍ଚିଥିଲେ।