fbpx

ହଠାତ ହେଲିକପ୍ଟରରେ ହେଲା ଦୁର୍ଘଟଣା: ୨ ଜଣ ପାଇଲଟ ମୃତ, ଜଣେ ଥିଲେ ଓଡିଆ

ଛତିଶଗଡ: ଛତିଶଗଡ ରାୟପୁରରେ ଦୁର୍ଘଟଣାର ଶିକାର ହୋଇଛି ଏକ ହେଲିକପ୍ଟର । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ପାଇଲଟଙ୍କ ମଧ୍ୟରୁ ଜଣେ ଥିଲେ ଓଡିଆ ।

ସୂଚନା ଅନୁସାରେ, ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ଓଡିଆ ପାଇଲଟଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି । କ୍ୟାପଟେନ ଗୋପାଳକ୍ରୀଷ୍ଣ ପଣ୍ଡା ଏବଂ କ୍ୟାପଟେନ ଏ.ପି ଶ୍ରୀବାସ୍ତବ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ତେବେ ଦୁର୍ଘଟଣାର କାରଣ ଏବଂ ଅନ୍ୟାନ୍ୟ ତଥ୍ୟ ପାଇଁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଛତିଶଗଡ ସରକାର । ତଦନ୍ତର ରିପୋର୍ଟ ଆସିଲେ ଏ ସମସ୍ତ ପ୍ରଶ୍ନ ଉପରୁ ପରଦା ଉଠିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.