fbpx

ନିଷିଦ୍ଧାଞ୍ଚଳରୁ ୨ଟି ଟ୍ରଲର ଜବତ, ୧୫ ଅଟକ

କୋଣାର୍କ: ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ ଜାହାଜ ମତ୍ସ ଧରିବା ପାଇଁ କିମ୍ବା ଯାତାୟତ କରିବା ପାଇଁ ଆସିଥାନ୍ତି । ହେଲେ ଘଟଣା ଆସି ପହଁଚିଛି ଯେ, ରାଜ୍ୟ ମଧ୍ୟକୁ ୨ଟି ଅଜଣା ଟ୍ରଲର ପଶିଆସିଛି । କୋଣାର୍କର ନିଷିଦ୍ଧାଞ୍ଚଳକୁ ପଶି ଆସିଥିବା ୨ଟ୍ରଲର କଥା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, କୋଣାର୍କର ନିଷିଦ୍ଧାଞ୍ଚଳକୁ ଟ୍ରଲର ପଶି ଆସିଆସିଛି ଏବଂ ଏହାକୁ ଜବତ କରାଯାଇଛି । ଏନେଇ ୧୫ କର୍ମଚାରୀଙ୍କୁ ଅଟକ ରଖାଯାଇଛି । ବନ ବିଭାଗ ଏବଂ ସାମୁଦ୍ରିକ ମତ୍ସ୍ୟ ବିଭାଗର ମିଳିତ ଚଢାଉ ବେଳେ ଏହାକୁ ଅଟକ ରଖାଯାଇଛି ।

ଅସ୍ତରଙ୍ଗ ଦେବୀ ମୁହାଣ ପାଶ୍ୱର୍ବର୍ତ୍ତୀ ନିଷିଦ୍ଧାଞ୍ଚଳକୁ ପଶି ଆସିଥିଲା ଏହି ଦୁଇଟି ଟ୍ରଲର । ଅଲିଭ ରିଡେଲ କଇଁଚଙ୍କ ସୁରକ୍ଷା ପାଇଁ ସଂପୃକ୍ତ ଅଞ୍ଚଳକୁ ନିଷିଦ୍ଧ ଘୋଷଣା କରାଯାଇଛି । ତେବେ ପୁଲିସ ଏହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି । ଅଧିକ ତଥ୍ୟ ପାଇଁ ୧୫ଜଣ କର୍ମଚାରୀଙ୍କୁ ପଚରା ଉଚରା କରାଯାଉଛି ।

କୋଣାର୍କ ନିଷିଦ୍ଦାଞ୍ଚଳକୁ ପଶି ଆସିଥିବା ୨ଟ୍ରଲର ଜବତ, ୧୫ କର୍ମଚାରୀ ଅଟକ । ବନବିଭାଗ ଓ ସାମୁଦ୍ରିକ ମତ୍ସ ବିଭାଗର ମିଳିତ ଚଢାଉ ବେଲେ ଅଟକ । ଅସ୍ତରଙ୍ଗ ଦେବୀ ମୁହାଣ ପାଶ୍ୱର୍ବର୍ତ୍ତୀ ନିଷିଦ୍ଧାଂଚଳକୁ ପଶି ଆସିଥିଲା ୨ଟ୍ରଲର । ଅଲିଭ୍ ରିଡେଲ କଇଁଚଙ୍କ ସୁରକ୍ଷା ପାଇଁ ସଂପୃକ୍ତ ଅଂଚଳ ନିଷିଦ୍ଧ ଘୋଷଣା ହୋଇଛି ।

Get real time updates directly on you device, subscribe now.