fbpx

୨୦୦୦ ଟଙ୍କିଆ ନୋଟ ବନ୍ଦ ନିଷ୍ପତ୍ତି ଠିକ୍ ନା ଭୁଲ୍: ଭାରତରେ କେତେ ଜଣଙ୍କ ପାଖରେ କେତେ ମାତ୍ରାରେ ନୋଟ୍ ରହିଛି, ଜାଣନ୍ତୁ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ୨୦୦୦ ଟଙ୍କିଆ ନୋଟର କାରବାର ବନ୍ଦ ନେଇ ଗତ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଥିଲା । ମେ ମାସ ୨୩ ତାରିଖରୁ ୩୦ ତାରିଖ ମଧ୍ୟରେ ନୋଟ ବଦଳାଇବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ତେବେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧୀଙ୍କ ପକ୍ଷରୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । କିଛି ଲୋକ ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ ଆଉ କିଛି ନିନ୍ଦା କରୁଛନ୍ତି ।

ତେବେ ଭାରତରେ ନୋଟ ପ୍ରଚଳନକୁ ନେଇ ପୂର୍ବରୁ ଅନେକ ଥର ସରକାର ନୂଆ ପଦକ୍ଷେପ ଗ୍ରହଣ କରିଥିଲେ । ଏହା ଜନସାଧାରଣଙ୍କ ପାଇଁ ପ୍ରଥମ କଥା ନୁହେଁ । ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କେତେଦୂର ଠିକ୍ । ଏନେଇ କ’ଣ ରହିଛି ଜନତାଙ୍କ ରାୟ, ତାହା ସମସ୍ତେ ଜାଣିବା ନିହାତି ଜରୁରୀ । ତେବେ ଦେଶରେ ପ୍ରତି ୩ ଜଣଙ୍କ ମଧ୍ୟରୁ ୨ ଜଣ ଲୋକ ଏହି ନିଷ୍ପତ୍ତି ବିରୋଧରେ ରହିଛନ୍ତି । ଅନ୍ୟ ପକ୍ଷରେ ୬୪ ପ୍ରତିଶତ ଲୋକ ଏହାକୁ ସମର୍ଥନ କରୁଛନ୍ତି । ସେହିପରି ୨୨ ପ୍ରତିଶତ ଲୋକ ନୋଟ ଫେରସ୍ତ ନେବା ନିଷ୍ପତ୍ତିକୁ ସମର୍ଥନ କରୁନାହାନ୍ତି ।

ଏକ ସର୍ଭେ ମୁତାବକ, ୬୪ ପ୍ରତିଶତ ଲୋକଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ ନଥିବା ସେମାନେ ସ୍ୱୀକାର କରିଛନ୍ତି । ୬ ପ୍ରତିଶତ ଲୋକଙ୍କ ପାଖରେ ଏହି ନୋଟର ୧ ଲକ୍ଷ ଟଙ୍କା, ୧୫ ପ୍ରତିଶତ ଲୋକଙ୍କ ଠାରେ ୨୦ ହଜାର ଟଙ୍କା, ୭ ପ୍ରତିଶତ ଲୋକଙ୍କ ଠାରେ ୨୦-୪୦ ହଜାର ଟଙ୍କା, ୬ ପ୍ରତିଶତ ଲୋକଙ୍କ ଠାରେ ୪୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ରହିଛି । ୧-୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋଟ ରଖିଥିବା ଲୋକଙ୍କ ସଂଖ୍ୟା ୨ ପ୍ରତିଶତ ରହିଛି । ସେହିପରି ୨ରୁ ୧୦ ଲକ୍ଷ ଟଙ୍କାର ନୋଟ ରହିଖିଥିବା ଲୋକଙ୍କ ସଂଖ୍ୟା ୨ ପ୍ରତିଶତରୁ କମ୍ ରହିଛି ।

Get real time updates directly on you device, subscribe now.