fbpx

ହେଲମେଟ୍ ପିନ୍ଧିବା ସତ୍ତ୍ୱେ ବି କଟିଲା ୨୦୦୦ ଟଙ୍କାର ଚାଲାଣ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଦୁଇ ଚକିଆ ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ବଡ଼ ଖବର । ଆପଣ ହେଲମେଟ ପିନ୍ଧିବା ସତ୍ତେ୍ୱ ବି ଲାଗିପାରେ ୨୦୦୦ ଟଙ୍କାର ଜୋରିମାନା । ନୂଆ ଟ୍ରାଫିକ୍ ନିୟମ ଅନୁସାରେ, ୧୯୪ଡି ଏମଭିଏ ଅନୁସାରେ ଆପଣ ଦୋଷପୂର୍ଣ୍ଣ ହେଲମେଟ ବା ‘ ବିନା ବିଆଇଏସ’ ହେଲମେଟ ପିନ୍ଧିଲେ ୧୦୦୦ ଟଙ୍କାର ଜୋରିମାନା ଦେଇପାରନ୍ତି । ଏପରି ପରିସ୍ଥିତିରେ ହେଲମେଟ ପିନ୍ଧିବା ସତ୍ତ୍ୱେ ନୂଆ ନିୟମର ପାଳନ ନକରିବା ଯୋଗୁଁ ଆପଣ ୨୦୦୦ ଟଙ୍କା ଜୋରିମାନା ଗଣିବେ ।

ଏହା ବ୍ୟତୀତ ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ, ଗାଡିକୁ ଓଭରଲୋଡ୍ କରିବା ପାଇଁ ଆପଣଙ୍କୁ ୨୦୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏହା ବ୍ୟତୀତ ଏପରି କରିବା ଦ୍ୱାରା ଟନ୍ ପିଛା ୨୦୦୦ ଟଙ୍କା ଅତିରିକ୍ତ ଜୋରିମାନା ମଧ୍ୟ ଦେବାକୁ ପଡିବ । ଅତୀତରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ।

ଚାଲାଣ କଟିଛି କି ନାହିଁ ଜାଣିବାର ଉପାୟ :-
ପ୍ରଥମେ https://echallan.parivahan.gov.in ୱେବସାଇଟକୁ ଯାଆନ୍ତୁ । ‘Check Challan Status’ର ବିକଳ୍ପ ଚୟନ କରନ୍ତୁ । ଆପଣଙ୍କୁ ଚାଲାଣ ନମ୍ବର, ଯାନ ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ନମ୍ବର (DL) ର ବିକଳ୍ପ ମିଳିବ । ଯାନ ନମ୍ବରର ବିକଳ୍ପ ଚୟନ କରନ୍ତୁ । ପଚରାଯାଇଥିବା ଆବଶ୍ୟକୀୟ ସୂଚନା ପୁରଣ କରନ୍ତୁ ଏବଂ ‘Get Detail’ ଉପରେ କ୍ଲିକ୍ କରନ୍ତୁ । ଏବେ ଚାଲାଣର କଟିଛି କି ନାହିଁ, ତାର ରିପୋର୍ଟ ସାମ୍ନାକୁ ଆସିଯିବ ।

Get real time updates directly on you device, subscribe now.