fbpx

କେଉଁଠି ଶ୍ମଶାନରେ ଶୋଇ ତ’ ଆଉ କେଉଁଠି ପ୍ଲେଟ ଭାଙ୍ଗି; ଏହି ଦେଶଗୁଡ଼ିକ ଏପରି ପାଳୁଛି ନୂଆବର୍ଷ

ନୂଆଦିଲ୍ଲୀ: ସମୟ କେବେ ଅଟକି ନାହିଁ, ଏହା ଆପଣ ବି ଜାଣନ୍ତି । ସେହିପରି ଆଉ ଗୋଟିଏ ଦିନ ପରେ ୨୦୨୧ ମସିହା ମଧ୍ୟ ସରିଯିବ । ଲୋକମାନେ ୨୦୨୨କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନୂଆବର୍ଷ ସାରା ବିଶ୍ୱରେ ପାଳନ କରାଯାଏ, କିନ୍ତୁ ଅନେକ ସ୍ଥାନରେ ଏହାକୁ ପାଳନ କରିବାର ଉପାୟ କିଛି ଅଲଗା ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ଦେଶ ବିଷୟରେ…

– ଚିଲୀରେ ଲୋକମାନେ ନୂଆବର୍ଷ ପାଳନ କରିବାକୁ ଶ୍ମଶାନରେ ଶୋଇବାକୁ ଯାଆନ୍ତି । ଏହା ଦ୍ୱାରା ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିବ ବୋଲି ସେମାନେ ଏପରି କରିଥାନ୍ତି ।

– ସେହିପରି ସ୍ୱିଜରଲ୍ୟାଣ୍ଡରେ ଲୋକମାନେ ନୂଆବର୍ଷରେ ପରସ୍ପର ସହିତ ଆଇସକ୍ରିମ ସେୟାର କରିଥାନ୍ତି । ଏହା ଦ୍ୱାରା ଲୋକଙ୍କ ଭାଗ୍ୟ ଭଲ ରହିବ ସହିତ ସମୃଦ୍ଧି ବଢ଼ିବ ବୋଲି ସେମାନେ ବିଶ୍ୱାସ କରନ୍ତି ।

– ସାଉଥ ଆମେରିକାରେ ଲୋକମାନେ ନୂଆବର୍ଷରେ ରଙ୍ଗିନ୍ ଅନ୍ତଃବସ୍ତ୍ର ପିନ୍ଧନ୍ତି । ସେଠାରେ ଲୋକମାନେ ଏହାକୁ ଭଲ ବୋଲି ମାନନ୍ତି ।

– ରୋମାନିଆର ଲୋକମାନେ ନୂଆବର୍ଷର ସ୍ୱାଗତ ପାଇଁ ଭାଲୁ ପରି ପୋଷାକ ପିନ୍ଧି ଡ୍ୟାନ୍ସ କରିଥାନ୍ତି । ଏପରି କରିବା ଦ୍ୱାରା ଖରାପ ଆତ୍ମାମାନଙ୍କଠାରୁ ମୁକ୍ତି ମିଳିଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି । ରୋମାନିଆ କାହାଣୀରେ ଭାଲୁ ଅଧିକ ମହତ୍ୱ ରଖିଥାଏ ।

– ଡେନମାର୍କରେ ଲୋକମାନେ ନୂଆବର୍ଷ ଦିନ ନିଜ ସାଙ୍ଗ ବା ପଡ଼ୋଶୀଙ୍କ ଘର ଆଗରେ ବାସନକୁସନ ଭାଙ୍ଗନ୍ତି । ଏହି ଦେଶରେ କୁହାଯାଏ କି, ନୂଆବର୍ଷର ସକାଳେ ଆପଣ ଘର ଆଗରେ ଯେତେ ବାସନ ଭାଙ୍ଗିକି ପଡିଥିବ, ବର୍ଷସାରା ଆପଣଙ୍କ ଭାଗ୍ୟ ସେତେ ଭଲ ରହିବ ।

Get real time updates directly on you device, subscribe now.