fbpx

ଫୋକସରେ ଓଡିଶା:ବିଜେପିଗଡ ହାତେଇବାକୁ ବିଜେପି କରୁଛି ଗୋଟି ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟ ରାଜନୀତି ଏବେ ସରଗରମ । ୨୦୨୪ ନିର୍ବଚାନ ପାଇଁ ବର୍ତ୍ତମାନ ବିଜେପି ତାଙ୍କର ଅଙ୍କ କଷା ଆରମ୍ଭ କରିଦେଇଛି । ଓଡିଶାରେ ସରକାର ଗଢ଼ିବୁ ବୋଲି ଶାହା ଯେଉଁ ଆହ୍ୱାନ ଦେଇଥିଲେ ଲାଗୁଛି ଏହାକୁ କାର୍ଯ୍ୟକାରୀ କରେଇବା ପାଇଁ ସବୁ ପ୍ରସ୍ତୁତି ବର୍ତ୍ତମାନ ଚୂଡାନ୍ତରେ । ଦୀର୍ଘ ୨୫ ବର୍ଷ ହେବ ଓଡିଶା ଗଡରେ ବିଜେଡି ଯେଉଁ ରାଜ କରୁଛି ତାର ସାମ୍ରାଜ୍ୟକୁ ଧୂଳିଶାତ କରିବା ପାଇଁ ବିଜେପି ବର୍ତ୍ତମାନ ମୁଣ୍ଡ ଟେକୁଛି । ସେହିଥି ପାଇଁ ଏବେ ଭାବିଚିନ୍ତି ରଥର ସାରଥୀ ମାନଙ୍କୁ ଚୟନ କରୁଛି ବିଜେପି । କିଛି ଦିନ ତଳେ ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା ଭାବେ ଦାଇତ୍ୱ ଦିଆଯାଇଥିଲା । ଜୟ ନାରାୟଣ ହେଉଛନ୍ତି ବିଜେଡିର କଡା ସମାଲୋଚକ । ତେବେ ନୂତନ ପ୍ରଭାରୀ ଚୟନ ପରେ ଜୟନାରାୟଣ କହିଛନ୍ତି ଯେ ବଂଶଲ ଜଣେ ସୁସଙ୍ଗଠକ । ଆମର ବର୍ତ୍ତମାନ ଫୋକସ ରହିଛି ବିଜେଡି ମୁକ୍ତ ଓଡିଶା । ଆଉ ଏଭଳି ମାନେ ନାହିଁ ଜଣେ ଫୁଟବଲ ଖେଳାଳୀ ୯୦ ମିନିଟର ଖେଳରେ ସର୍ବଦା ଆକ୍ରମଣାତ୍ମକ ଭାବେ ଖେଳିବ, ଶେଷ ୧୫ ମିିନିଟରେ ମଧ୍ୟ ଖେଳ ଜୋରଦାର ହୁଏ ।

ନିର୍ବାଚନକୁ ଫୁଟବଲ ସହିତ ଯୋଡୁଥିବା ଜୟନାରାୟଣ କଥା କଥା ରେ ଏହା ସୂଚନା ଦେବାକୁ ଚାହିଁଛନ୍ତି ଯେ ଆଗାମୀ ନିର୍ବାଚନରେ ବିଜେପି କିଭଳି ତାର ଶକ୍ତି ଦେଖାଇବ ଏବଂ କିପରି ଓଡିଶାରେ ପଦ୍ମ ଫୁଟାଇବ ତାର ନକ୍ସା ପ୍ରସ୍ତୁତ ସରିଲାଣି । ଏବେ ଠାରୁ ବିଜେପି ତାର ଗେମ ଆରମ୍ଭ କରି ସାରିଲାଣି ।
ସୂଚନାମୁତାବକ ଗତକାଲି ଓଡିଶାର ପ୍ରଭାରୀ ଭାବେ ଥିବା ଡି ପୁରନ୍ଦେଶ୍ୱରୀଙ୍କୁ ହଟାଇ ସୁନୀଲ ବଂଶଲଙ୍କୁ ଦାଇତ୍ୱ ଦିଆଯାଇଛି । ଶାହା ତାଙ୍କ ଗସ୍ତରେ କହିଥିଲେ ଓଡିଶାରେ ପରିବର୍ତ୍ତନ ଦେଖିଛନ୍ତି , ତେବେ ଏହି ପରିବର୍ତ୍ତନକୁ ଆହୁରି ସୃଦୁଢ଼ କରିବା ପାଇଁ ଏବେ ସୁନୀଲଙ୍କ ହାତରେ ଓଡିଶାକୁ ଟେକି ଦେଇଛନ୍ତି । କେବଳ ଓଡିଶା ନୁହେଁ ପଶ୍ଚିମବଙ୍ଗ, ତେଲେଙ୍ଗେନାର ଦାଇତ୍ୱ ମଧ୍ୟ ତାଙ୍କୁ ମିଳିଛି କିନ୍ତୁ ଫୋକସ ଓଡିଶା ଉପରେ କରିବାପାଇଁ କୁହାଯାଇଛି । ବଂଶଲ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ କାମ କରୁଥିଲେ ଯାହା ଆଶାକରାଯାଉଛି ଏହି ଯୋଡିଙ୍କ ମଧ୍ୟରେ ଥିବା ସମୀକରଣ ଓଡିଶାର ରାଜନୀତିରେ ବହୁ ପରିବର୍ତ୍ତନ ଆଣିବ ।

ଶାହାଙ୍କ ଗସ୍ତପରେ ରାଜ୍ୟରେ ରାଜନୀତି ଆଉ ଟିକିଏ ଗରମ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ମୟୁରଭଞ୍ଜଗସ୍ତରେ ଯାଉଛନ୍ତି । ସେଠାରେ ସେ ଦେଓ ଜଳ ପ୍ରକଳ୍ପର ଉଦଘାଟନ କରିବେ ଏହା ସହିତ ନିଜ ଦଳ ସଙ୍ଗଠନ କରିବା ପାଇଁ ମୟୁରଭଞ୍ଜ ବାସୀଙ୍କ ବିଶ୍ୱାସ ମଧ୍ୟ ଜିତିବାକୁ ଚେଷ୍ଟା କରିବେ ।

ଓଡିଶାରେ ବିଜେପି ଦୃଇ ତୃତୀୟାଂଶ ଆସନ ଦଖଲ କରିବା ସହିତ ସରକାର ଗଠନ କରିବାକୁ ଦୃଢ଼ ସଙ୍କଳ୍ପ ନେଇଥିବା ବେଳେ ବିଜେଡି ତାର ନିର୍ବାଚନୀ ଖଣ୍ଡାକୁ ଆହୁରୀ ଧାରୁଆ କରୁଛି । କୌଣସି ଉପାୟରେ ଓଡିଶାରେ ବିଜେଡି ବ୍ୟତୀତ ଆଉ କାହାର ସରକାର ଗଢ଼ିବାକୁ ଦଳ ଦେବ ନାହିଁ ବୋଲି ଦଳ ପୂର୍ବରୁ ପ୍ରକାଶ କରିଛି । ଏହି ପରିସ୍ଥିତି ରେ ବିଜେପି ଯେଉଁ ରଣନୀତି ରଚୁଛି ସେଥିରେ ସେ ଓଡିଶାରେ ପରିବର୍ତ୍ତନ ଆଣି ପାରୁଛି ନା କେବଳ ମିଠା ମିଠା କଥା କହି ଜନତାଙ୍କୁ ଭୁଆଁ ବୁଲାଉଛି ତାହା ଖୁବ ଶୀଘ୍ର ଜଣାପଡିବ ।

Get real time updates directly on you device, subscribe now.