fbpx

NLC India Ltd ପକ୍ଷରୁ ବାହାରିଲା ୨୧୩ଟି ପଦବୀ, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ନେଭେଲି ଲିଗ୍ନାଇଟ କର୍ପୋରେସନ (ଏନଏଲସି) ଇଣ୍ଡିଆ ଲିମିଟେଡ ପକ୍ଷରୁ ୨୧୩ଟି ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ଓଭରମ୍ୟାନ (ଟ୍ରେନି), ଜୁନିୟର ସର୍ଭେୟର (ଟ୍ରେନି) ଓ ସିର୍ଦାର (ସିଲେକ୍ସନ ଗ୍ରେଡ-୧) ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଡିସେମ୍ବର ମାସ ୨ ତାରିଖରୁ ଅନଲାଇନ୍ ଆବେଦନ୍ ଓ ପେମେଣ୍ଟ ଫିସ୍ ପଇଠ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୩୦ ତାରିଖରେ ସମାପ୍ତ ହେବ । ୨୦୨୨ ମସିହା ନଭେମ୍ବର ମାସ ୧ ତାରିଖ ସୁଦ୍ଧା ୟୁଆର / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୩୦ ବର୍ଷ ଓ ଓବିସି ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୩୩ ବର୍ଷ ହୋଇଥିବା ଆବଶ୍ୟକ । ସେହିପରି ଏସସି / ଏସଟି ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୩୫ ବର୍ଷ ହେବା ସହ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ଅନଲାଇନ ଆବେଦନ ଲିଙ୍କ: https://web.nlcindia.in/rec122022/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-India-Ltd-Various-Vacancy.pdf

ଅଫିସିଆଲ ୱେବସାଇଟ୍: https://www.nlcindia.in/new_website/index.htm

Get real time updates directly on you device, subscribe now.