fbpx

ସ୍କୁଲରୁ ୨୨ ଜଣ ପିଲା ଚିହ୍ନଟ ହେଲେ କରୋନା ପଜିଟିଭ୍, ୪ ଜଣ ୧୨ ବର୍ଷରୁ କମ୍ ବୟସର

ମୁମ୍ବାଇ: କରୋନା ମାମଲା ହ୍ରାସ ପାଉଥିବାରୁ ବିଭିନ୍ନ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଉ ଏହି ପିକ୍ରିୟାରେ ଅନେକ ରାଜ୍ୟରେ ସ୍କୁଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ଭିତରେ ମୁମ୍ବାଇରୁ ଏକ ଚିନ୍ତା ବଢ଼ାଇବା ପରି ଖବର ଆସି ପହଞ୍ଚିଛି । ମୁମ୍ବାଇର ସେଣ୍ଟ୍ ଜୋଶେଫ୍ ସ୍କୁଲରେ ୨୨ ଜଣ ପିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ ବର୍ଷରୁ କମ୍ ବୟସର ପିଲା ରହିଛନ୍ତି ୪ ଜଣ ।

ସୂଚନା ଯେ, ମହାରାଷ୍ଟ୍ରରେ କରୋନା ସ୍ଥିତି ଏପର୍ଯ୍ୟନ୍ତ ଭଲ ହୋଇନାହିଁ । କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଚାରିଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ରହିଆସିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ହେଉଛି ସେହି ରାଜ୍ୟ ଯେଉଁଥିରେ କୋଭିଡ ସକ୍ରିୟ ମାମଲା ୧୦,୦୦୦ ରୁ ୧,୦୦,୦୦୦ ମଧ୍ୟରେ ରହିଛି। ଦେଶରେ ସମୁଦାୟ ସକ୍ରିୟ ମାମଲାର ୫୧% କେରଳ, ମହାରାଷ୍ଟ୍ରରେ ୧୬% ଏବଂ ଅବଶିଷ୍ଟ ୩ ଟି ରାଜ୍ୟରେ (କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ) ୪% -୫% ରହିଛି।

Get real time updates directly on you device, subscribe now.