fbpx

ଚୌଭିନଙ୍କୁ ୨୨+ ବର୍ଷ ଜେଲ୍;. କିଏ ସେ ଜାଣନ୍ତି!

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ଜର୍ଜ ଫ୍ଲଏଡ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଫ୍ଲଏଡଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପୋଲିସ ଅଧିକାରୀ ଦେରେକ ଚୌଭିନଙ୍କୁ ୨୨.୫ ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଶୁକ୍ରବାର ଅପରାହ୍ନରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ହେନେପିନ କୋର୍ଟର ବିଚାରପତି ପିଟର କାହିଲ ଏହି ମାମଲାର ଶୁଣାଣି କରିଥିଲେ। ମାମଲା ଆରମ୍ଭରୁ ଚୌଭିନ କୋର୍ଟରେ ଉପସ୍ଥିତ ଥିବା ଜର୍ଜ ଫ୍ଲୟେଡଙ୍କ ପରିବାର ନିକଟରେ କ୍ଷମାପ୍ରାର୍ଥନା କରିଥିଲେ। ତେବେ ପିଟର କାହିଲ୍ ପରବର୍ତ୍ତୀ ତାରିଖର ଆବେଦନ ଖାରଜ କରି ୨୨.୫ ବର୍ଷର ଦଣ୍ଡାଦେଶ ସୁଣାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ମେ ୨୫, ୨୦୨୦ ରେ ୪୬ ବର୍ଷୀୟ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୟେଡ ପୋଲିସ ହିଂସାର ଶିକାର ହୋଇ ପ୍ରାଣ ହରାଇଥିଲେ। ମିନିପଲିସର ପୋଲିସ ଅଧିକାରୀ ଚୌଭିନ୍ ରାସ୍ତା ମଝିରେ ଫ୍ଲୟେଡଙ୍କ ବେକକୁ ଆଣ୍ଠୁରେ ମାଡ଼ି ବସିଥିଲେ। ଫ୍ଲୟେଡ୍ ପ୍ରାଣ ହରାଇବା ପରେ ଏକ ସିସିଟିଭି ଫୁଟେଜରୁ ପୋଲିସ ବର୍ବରତା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ସମଗ୍ର ବିଶ୍ବରେ ବ୍ଲାକ ଲାଇଭସ ମ୍ୟାଟରର ଆନ୍ଦୋଳନ ଆରମ୍ଭ ହୋଇଥିଲା। ପୋଲିସ ଅଧିକାରୀ ଜଣଙ୍କୁ ୩୦ ବର୍ଷର କାରାଦଣ୍ଡ ପାଇଁ ଫ୍ଲଏଡଙ୍କ ଓକିଲ ଦାବି କରିଥିଲେ ମଧ୍ୟ ବିଚାରପତି ୨୨.୫ ବର୍ଷର ଦଣ୍ଡାଦେଶ ସୁଣଇଥିଲେ।

Get real time updates directly on you device, subscribe now.