fbpx

FIFA World Cupରୁ ଆସିଲା ଦୁଃଖଦ ଖବର: ୨୨ ବର୍ଷୀୟ ଷ୍ଟାର ମିଡଫିଲ୍ଡରଙ୍କ ଦେହାନ୍ତ

ନୂଆଦିଲ୍ଲୀ: କତାରରେ ବର୍ତ୍ତମାନ ଫିଫା ବିଶ୍ୱକପ-୨୦୨୨ ଜାରି ରହିଛି । ଏହି ଅବସରରେ ଏକ ଆସିଛି ଏକ ଦୁଃଖଦ ଖବର । କଲମ୍ବିଆର ଷ୍ଟାର ମିଡଫିଲ୍ଡର ଆନ୍ଦ୍ରେସ ବଲାଣ୍ଟାଙ୍କ ପରଲୋକ ଘଟିଛି । ଆସନ୍ତା ବର୍ଷ ଜାନୁଆରୀ ମାସ ୧୮ ତାରିଖରେ ଆନ୍ଦ୍ରେସ ନିଜର ୨୩ତମ ଜନ୍ମ ଦିବସ ପାଳନ କରିଥାନ୍ତେ । ଏହି ୨୨ ବର୍ଷୀୟ ଉଦ୍ଦୀୟମାନ ଖେଳାଳୀଙ୍କ ନିଧନରେ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ହାହାକାର ମଚି ଯାଇଛି ।

ଆନ୍ଦ୍ରେସ ଗତ ୨୦୧୯ରେ ଇଣ୍ଡୋନେସିଆରେ ଆୟୋଜିତ ହୋଇଥିବା ଅଣ୍ଡର-୨୦ ବିଶ୍ୱକପରେ କଲମ୍ବିଆ ଟିମ୍ ପକ୍ଷରୁ ଖେଳିଥିଲେ । ସେ ଆର୍ଜେଣ୍ଟିନାର ଫାଷ୍ଟ ଡିଭିଜନ କ୍ଲବ ଏଟଲେଟିକୋ ତୁକୁମାନର ମିଡଫିଲ୍ଡର ଭାବେ ଖେଳୁଥିଲେ । ୨୨ ବର୍ଷ ବୟସରେ ଅଧିକାଂଶ ଖେଳାଳି ନିଜର କ୍ୟାରିୟର ଶୁଭାରମ୍ଭ କରିଥାନ୍ତି । ମାତ୍ର ଏହି କମ୍ ବୟସରେ ଆନ୍ଦ୍ରେସ ଆଜି ଦୁନିଆକୁ ଅଲବିଦା କରି ଚାଲିଯାଇଛନ୍ତି ।

ସୂଚନା ମୁତାବକ, ଏଲଲେଟିକୋ ତୁକୁମାନ କ୍ଲବର ଟ୍ରେନିଂ ଗତ ମାସ ୨୯ ତାରିଖରେ ଚାଲିଥିଲା । ଏହି ସମୟରେ ଏକ ଦୁର୍ଘଟଣାରେ ଆନ୍ଦ୍ରେସଙ୍କର ମୃତ୍ୟୁ ଘଟିଥିଲା । ଟ୍ରେନିଂ ସମୟରେ ସେ ତଳେ ପଡ଼ିଯିବାରୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରି ବିଫଳ ହୋଇଥିଲେ । ଗତ ୨୦୨୧ ମସିହା ଜୁଲାଇ ମାସରେ ସେ ଏଲଲେଟିକୋ କ୍ଲବରେ

Get real time updates directly on you device, subscribe now.