fbpx

ଗୁଜରାଟରେ AAP କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ମାଗଣା ବିଜୁଳି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଆଟାକ୍ କରିଛନ୍ତି । ବିଜେପି ଆମ୍ ଆଦମୀ ପାର୍ଟି (ଆପ) ସହ ନିର୍ବାଚନ ଲଢ଼ିବାକୁ ଡରୁଛି । ତେଣୁ ଭାଜପା ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନକୁ ଜାଣିଶୁଣି ଘୁଞ୍ଚାଇ ଚାଲିଛି । ଦିଲ୍ଲୀ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଥିଲା ଦ୍ୱିତୀୟ ଦିବସ । ଏହି ଅବସରରେ କେଜ୍ରିୱାଲ ବିଜେପି ଉପରେ ବର୍ଷିଛନ୍ତି ।

କେଜ୍ରିୱାଲ କହିଛନ୍ତି, ବିଜେପି ଆପ ସହ ସମ୍ମୁଖ ନିର୍ବାଚନରେ ଲଢ଼େଇ କରିବାକୁ ପଛଘୁଞ୍ଚା ଦେଉଛି । ହାରିଯିବାର ଭୟ ବିଜେପିକୁ ଘାରିଛି । ତେଣୁ ବିଭିନ୍ନ ଆଳ ଦେଖାଇ ଏମସିଡି ନିର୍ବାଚନ ତାରିଖକୁ ଘୁଞ୍ଚାଇ ଚାଲିଛି । ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିବା ଭାରତ ସହ ସମଗ୍ର ବିଶ୍ୱ ପାଇଁ ଏକ କଳା ଦିବସ ଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସତ୍ୟେନ୍ଦ୍ରଙ୍କୁ ଜେଲକୁ ପଠାଇବା ନିଶ୍ଚିତ ଭାବେ ଲଜ୍ଜାଜନକ ଘଟଣା ।

ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ କେଜ୍ରି କହିଛନ୍ତି, ରାଜ୍ୟର ବହୁ ଲୋକ ଆଲୋକ ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଆପ ରାଜ୍ୟରେ କ୍ଷମତାକୁ ଆସେ ତେବେ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ମାଗଣା ବିଜୁଳି ଯୋଗାଇ ଦିଆଯିବ । ତେବେ ଏଥିପାଇଁ ଜନସାଧାରଣଙ୍କୁ ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାକୁ ପଡ଼ିବ ।

ଆପ ପକ୍ଷରୁ କରାଯାଇଥିବା ‘ବିଜଲି ଜନସମ୍ଭବ’ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କେଜ୍ରି ଏହି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତି ସପ୍ତାହରେ ଆପ ସୁପ୍ରିମୋ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବେ । ଏହି ଅବସରରେ ସେ ଠକାମି, କୃଷି ଓ ଏମଏସପି ପ୍ରସଙ୍ଗ ଉପରେ ଲୋକଙ୍କ ସହ ଆଲୋଚନା କରିବେ ବୋଲି କେଜ୍ରି କହିଛନ୍ତି ।

Get real time updates directly on you device, subscribe now.