fbpx

ବେସରକାରୀ ସ୍କୁଲରେ ୨୫ % ମାଗଣା ସିଟ୍: ଆଡମିଶନ ପାଇଁ ଅଭିଭାବକ ସଂଘର ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରାଇଭେଟ ସ୍କୁଲରେ ୨୫%ସିଟରେ ଅବହେଳିତ ଶ୍ରେଣୀର ପିଲାଙ୍କୁ ମାଗଣା ପାଠ ପଢ଼ିବାର ବ୍ୟବସ୍ଥା ୨୦୦୯ରୁ ଥିବାବେଳେ ତାହା କାର୍ୟ୍ୟକାରୀ ହେଉ ନଥିଲା । ଓଡିଶା ଅଭିଭାବକ ମହାସଂଘର ବହୁ ଦାବୀ, ଆନ୍ଦୋଳନ, ଧର୍ମଘଟ ଓ ଆମରଣ ଅନଶନ ପରେ ଗତ ବର୍ଷ ରାଜ୍ୟ ସରକାର ଆରଟିଇ-ପାରଦର୍ଶି ପୋର୍ଟାଲ ମାଧ୍ୟମରେ ଏହି ସିଟରେ ଆଡ଼ମିସନ ଆରମ୍ଭ କଲେ । ହେଲେ ପ୍ରଚାର ପ୍ରସାର ଓ ସଚେତନତା ଅଭାବ ଯୋଗୁଁ ମାତ୍ର ପାଞ୍ଚ ହଜାର ପିଲା ନାମ ଲେଖେଇଥିଲେ । ଅତି କମରେ ଏହି ସ୍କିମ ରେ ସତସଠି ହଜାର ପିଲା ମାଗଣାରେ ପାଠ ପଢି ଥାନ୍ତେ । ଯଦି ସରକାର ଅନ୍ୟ ସମସ୍ତ କଲ୍ୟାଣ କାରି ଯୋଜନାର ସବୁ ଖବର କାଗଜରେ ବଡ଼ ବଡ଼ ଆଡ଼ ଭଟାଇଜମେଣ୍ଟ ଦିଆଯାଇ ପାରୁଛି ତେବେ ଏହି ସ୍କିମ ବାବଦରେ କାହିଁକି ନୁହେଁ ।

ପ୍ରଚାର ପ୍ରସାର ହେଲେ ସମସ୍ତେ ଅବଗତ ହୁଅନ୍ତେ ଏବଂ ଯୋଜନାର ଉପକାର ପାନ୍ତେ । ଗତ ବର୍ଷ ଏହି ପୋର୍ଟାଲରେ କିଛି ତୃଟି ଥିଲା । ଯେଉଁ ସ୍କୁଲ ଗୁଡିକରେ ପ୍ରି ପ୍ରାଇମେରୀ ବା ନର୍ସରୀ ଲେବୁଲରେ ସ୍କୁଲରେ ଏଣ୍ଟ୍ରି ପଏଣ୍ଟ ଥିଲା ସେମାନେ ଚଞ୍ଚକତା କରିବାରୁ ଏହି ସ୍କୁଲଗୁଡିକରେ ପିଲାମାନେ ଆଡ଼ମିସନ କରି ପାରିଲେନି । ତେଣୁ ଏବର୍ଷ ଏହି ସ୍କିମରେ ପ୍ରଥମ ଶ୍ରେଣୀରେ ଆଡ଼ମିସନ ବାଧ୍ୟତାମୂଳକ କରାଯାଇଛି । ତତସହିତ ଏଣ୍ଟ୍ରି ଲେବୁଲରେ ମଧ୍ୟ ଏହି ସ୍କିମରେ ଆଡ଼ମିସନ ପାଇଁ ନୂଆ ଗାଇଡ଼ ଲାଇନ କରା ଯାଇଛି । ଆସନ୍ତା ଜାନୁଆରୀ ୧୫ରେ ଏହି ଆଡ଼ମିସନ ପ୍ରକ୍ରିୟା ଆରମ୍ଭ କରାଯିବାକୁ ଓସେପା ନିର୍ଦେଶକ ନୋଟିଫିକେସନ ଜାରି କରିଛନ୍ତି । ସେପଟେ ପ୍ରଥମ ଶ୍ରେଣୀ ସହିତ ଉପର ଶ୍ରେଣୀ ଯଥା ଦ୍ୱତୀୟ ଠାରୁ ଅଷ୍ଟମ ପଯ୍ୟନ୍ତ ଏହି ସ୍କିମରେ ଆଡ଼ମିସନ ହେଲେ ୬ ଲକ୍ଷ ଲକ୍ଷ ପିଲା ଭଲ ପାଠ ପଢିବା ସହିତ ଆଗାମୀ ଭବିଷ୍ୟତ ପାଇଁ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଆଶା ସୃଷ୍ଟି ହୋଇ ପାରନ୍ତା ବୋଲି ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହିତ ସରକାରଙ୍କ ନିକଟରେ ଦାବିକରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ମହାସଂଘ ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟନାୟକ, ପ୍ରଦୀପ୍ତ ମିଶ୍ର, ଅଶୋକ ପଟନାୟକ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଆଦି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.