ଟ୍ରମ୍ପଙ୍କ ନୂଆ ଶୁଳ୍କ ନୀତିକୁ କୋର୍ଟରେ ଚ୍ୟାଲେଞ୍ଜ କଲେ ୨୫ଟି ଆମେରିକୀୟ ରାଜ୍ୟ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଶୁଳ୍କ ନୀତିକୁ ବିରୋଧ କରି ଆମେରିକୀୟ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ୨୫ଟି ଡେମୋକ୍ରାଟ ଶାସିତ ରାଜ୍ୟ ।
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରି ୨୫ଟି ଡେମୋକ୍ରାଟ୍ ଶାସିତ ରାଜ୍ୟ ଏକ ଆମେରିକୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆମେରିକାର ସମୁଦାୟ ଆମଦାନୀର ୯୯.୪ ପ୍ରତିଶତ ଅଂଶବିଶେଷ ଭାରତ ସମେତ ୬୦ଟି ଦେଶ ଉପରେ ଶୁଳ୍କ ବା ଟାରିଫ୍ ଲଗାଇବା ନିଷ୍ପତ୍ତିକୁ ଏହି ରାଜ୍ୟଗୁଡ଼ିକ ଚ୍ୟାଲେଞ୍ଜ କରିଛନ୍ତି।
ଗତ ମାସରେ, ଜୁଲାଇ ୨୪ରେ ଶେଷ ହୋଇଥିବା ୧୦ ପ୍ରତିଶତ ବିଶ୍ୱବ୍ୟାପୀ ଶୁଳ୍କ ବଦଳରେ ଆମେରିକା ଏହି ୬୦ଟି ଦେଶ ଉପରେ ୧୦ ପ୍ରତିଶତରୁ ୧୨.୫ ପ୍ରତିଶତ ପର୍ଯ୍ୟନ୍ତ ଏକ ନୂତନ ପର୍ଯ୍ୟାୟ ଶୁଳ୍ପ ଲାଗୁ କରିଥିଲା। ବାଧ୍ୟତାମୂଳକ ଶ୍ରମ (ଫୋର୍ସଡ୍ ଲେବର) ସମସ୍ୟାର ମୁକାବିଲା କରିବାରେ ବିଫଳ ହୋଇଥିବା ଦର୍ଶାଇ ଏହା କରାଯାଇଥିଲା।
ଏହି ନୂତନ ଶୁଳ୍ପ ଦ୍ୱାରା ଦେଶବ୍ୟାପୀ ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ଖର୍ଚ୍ଚ ବୃଢ଼ ପାଇବ ବୋଲି ଦର୍ଶାଇ ଏହି ୨୫ଟି ରାଜ୍ୟ ସୋମବାର ଆମେରିକା କୋର୍ଟ ଅଫ୍ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ରେ ମାମଲା ଦାୟର କରିଛନ୍ତି।
Uttarakhand Govt.
ନ୍ୟୁୟର୍କର ଆଟର୍ନି ଜେନେରାଲ୍ ଲେଟିଆ ଜେମ୍ସ, ଗଭର୍ଣ୍ଣର କାଥୀ ହୋଚୁଲ୍ ଏବଂ ଡେମୋକ୍ରାଟ୍ ରାଜ୍ୟମାନଙ୍କର ଏହି ମେଣ୍ଟ କୋର୍ଟଙ୍କୁ ଏହି ଶୁଳ୍କଗୁଡ଼ିକୁ ବେଆଇନ ଘୋଷଣା କରିବାକୁ ଅନୁରୋଧ କରୁଛନ୍ତି।”ସୁପ୍ରିମକୋର୍ଟରେ ହାରିବା ପରେ, ପ୍ରଶାସନ ପୁଣିଥରେ ଏକ ନୂତନ ଶୁଳ୍କ ମାଧ୍ୟମରେ ପରିବାର ଏବଂ ବ୍ୟବସାୟ ଉପରେ ବେଆଇନ ଭାବରେ କର ବଢ଼ାଇବାକୁ ଚେଷ୍ଟା କରୁଛି,’ ବୋଲି ଜେମ୍ସ କହିଛନ୍ତି। ଭାରତ ଏବଂ ଅନ୍ୟ ୧୬ଟି ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଆମେରିକା ଭାରତ ପାଇଁ ୧୨.୫ ପ୍ରତିଶତ ଶୁଳ୍କ ପ୍ରସ୍ତାବ ଦେଇଥିଲା।
ତେବେ ବାଧ୍ୟତାମୂଳକ ଶ୍ରମରେ ତିଆରି ସାମଗ୍ରୀର ଆମଦାନୀକୁ ନିଷେଧ କରିବା ପାଇଁ ଭାରତ ଜୁନ୍ ୧୪ ତାରିଖରେ ଏହାର ବୈଦେଶିକ ବାଣିଜ୍ୟ ନୀତିରେ ସଂଶୋଧନ କରିବା ପରେ ଏହି ଆଶ୍ୱସ୍ତି ମିଳିଥିଲା। ବିଶ୍ୱ ବାଣିଜ୍ୟରେ ବାଧ୍ୟତାମୂଳକ ଶ୍ରମକୁ ମୁକାବିଲା କରିବା ପାଇଁ ପ୍ରଶାସନ ୧୯୭୪ ମସିହାର ଟ୍ରେଡ୍ ଆକ୍ଟର ସେକ୍ସନ ୩୦୧ ବ୍ୟବହାର କରୁଥିବା ଦାବି କରୁଥିବାବେଳେ, ମାମଲାରେ ଯୁକ୍ତି କରାଯାଇଛି ଯେ ଏହା ପୂର୍ବରୁ ମଧ୍ୟ ପ୍ରଶାସନ ବାରମ୍ବାର ଲାଗୁ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ବ୍ୟାପକ ଶୁଳ୍କଗୁଡ଼ିକୁ ଲାଗୁ କରିବାର ଏକ ବାହାନା ମାତ୍ର।
ଆମେରିକାରେ ଟାରିଫ୍ ଲଗାଇବା ପାଇଁ ସେକ୍ସନ ୩୦୧ ର ଆବଶ୍ୟକତାକୁ ପାଳନ ନକରି ଏବଂ ବାଧ୍ୟତାମୂଳକ ଶ୍ରମ ଅଭ୍ୟାସର ମୁକାବିଲା କରିବା ପାଇଁ କୌଣସି ସ୍ପଷ୍ଟ କାରଣ ନଥାଇ ନୂତନ ଶୁଳ୍କ ଲାଗୁ କରି ପ୍ରଶାସନ ଆଇନକୁ ଉଲ୍ଲଂଘନ କରିଛି ବୋଲି ଏଥିରେ କୁହାଯାଇଛି। “ପ୍ରଶାସନ ଏହାକୁ ଯେତେ ପ୍ରକାରରେ ଯଥାର୍ଥ ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲେ ମଧ୍ୟ, ଆଇନ ଏବଂ ଆମର ସମ୍ବିଧାନ ସ୍ପଷ୍ଟ କରେ ଯେ ରାଷ୍ଟ୍ରପତିଙ୍କର ଯେକୌଣସି ଦେଶ ଉପରେ ମନଇଚ୍ଛା ବ୍ୟାପକ ଶୁଳ୍କ ଲଗାଇବାର କ୍ଷମତା ନାହିଁ,’ ବୋଲି ନ୍ୟୁୟର୍କ ଆଟର୍ନି ଜେନେରାଲ୍ କହିଛନ୍ତି। “ଶୁଳ୍ପଗୁଡ଼ିକ ହେଉଛି କର, ଏବଂ ରାଷ୍ଟ୍ରପତିଙ୍କ ବିଫଳ ତଥା ବେଆଇନ ଅର୍ଥନୈତିକ ନୀତିରୁ ସୃଷ୍ଟି ହେଉଥିବା ଅତିରିକ୍ତ ଖର୍ଚ୍ଚକୁ ଆମେରିକୀୟ ଜନସାଧାରଣ ବହନ କରିପାରିବେ ନାହିଁ ଏବଂ କରିବା ମଧ୍ୟ ଉଚିତ୍ ନୁହେଁ,’ ବୋଲି କାଲିଫର୍ଣ୍ଣିଆ ଆଟର୍ନି ଜେନେରାଲ୍ ରୋବ୍ ବୋଣ୍ଟା ଏକ ବିବୃତ୍ତିରେ କହିଛନ୍ତି।
ବାଧ୍ୟତାମୂଳକ ଶ୍ରମର ମୁକାବିଲା କରିବା ପାଇଁ ପ୍ରଶାସନର ଲକ୍ଷ୍ୟ ସହିତ କୌଣସି ଘନିଷ୍ଠ ସମ୍ପର୍କ ନରଖି କିପରି ମନମାନି ଭାବେ ଏହି ଶୁଳ୍ପଗୁଡ଼ିକ ଲଗାଯାଇଛି, ତାହା ମକଦ୍ଦମାରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଶୁଳ୍ପଗୁଡ଼ିକରେ କେତେକ ଉତ୍ପାଦ ଛାଡ଼ ରହିଛି ଯାହା ସେମାନଙ୍କର ଉଦ୍ଦେଶ୍ୟକୁ ଦୁର୍ବଳ କରୁଛି। ପ୍ରଶାସନର ତଦନ୍ତ ରିପୋର୍ଟରେ ଅନେକ ଦେଶ ଉପରେ ଶୁଳ୍ପ ଲଗାଇବାକୁ ଯଥାର୍ଥ ପ୍ରମାଣ କରିବା ପାଇଁ କେବଳ ତିନୋଟି ବାଧ୍ୟତାମୂଳକ ଶ୍ରମ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ ଚିହ୍ନଟ କରାଯାଇଥିଲା। ଆମେରିକାର ଟ୍ରେଡ୍ ରେପ୍ରେଜେଣ୍ଟେଟିଭ୍ କର୍ତ୍ତୃପକ୍ଷ ବିଭିନ୍ନ ଦେଶର ସାକ୍ଷ୍ୟ ଏବଂ ମତାମତକୁ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି, ଯାହାକି ପ୍ରଶାସନର ସେହି ଦାବିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଥିଲା ଯେ ଶୁଳ୍ପଗୁଡ଼ିକ ବାଧ୍ୟତାମୂଳକ ଶ୍ରମର କ୍ଷତିକୁ ଦୂର କରିବ।

