fbpx

କଳିଯୁଗର ପୁଅ: ମାତ୍ର ୨୫୦୦ ଟଙ୍କା ପାଇଁ ବାପାକୁ ମାରିଦେଲା

ଗୁମଲା: ଝାଡଖଣ୍ଡର ଗୁମଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ କଳିଯୁଗର ପୁଅ ମାତ୍ର ୨୫୦୦ ଟଙ୍କା ପାଇଁ ନିଜ ପିତାକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଅଭିଯୁକ୍ତ ପୁଅ ଏକ କୋଦାଳରେ ନିଜ ବାପାଙ୍କୁ କାଟି ହତ୍ୟା କରିଛି । ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ବେଳେ ଗାଁଲୋକମାନେ ତାକୁ ଧରିଥିଲେ । ପରେ ଅଭିଯୁକ୍ତକୁ ପୋଲିସ ହାତରେ ଦେଇଥିଲେ ଗାଁଲୋକେ ।

ତେବେ ଏହି ହତ୍ୟାକାଣ୍ଡ ବାରଦାତ ଗୁମଲାର ସଦର ଥାନା ଅଞ୍ଚଳ ଗିଡରା ଗାଁରେ ହୋଇଥିଲା । ସକାଳ ୪ଟାରେ କଳିଯୁଗର ପୁଅ ନିଜ ବାପାକୁ କୋଦାଳରେ ହାଣି ପ୍ରାଣ ଦେଇଥିଲା । ପୋଲିସର କହିବା ମୁତାବକ, ଅଭିଯୁକ୍ତ ମହାଦେବର ପିତା ପହୁରା ଉରାୱ ଏକ ଜିମ ବିକ୍ରି କରିଥିଲେ । ଯାହାକୁ ବିକ୍ରି କରିବା ଫଳରେ ତାଙ୍କୁ ୫୨୦୦ ଟଙ୍କା ମିଳିଥିଲା । ଏଥିରେ ପିତା-ପୁତ୍ରର ଅଂଶ ଥିଲା । ପୁଅକୁ ୨୫୦୦ ଟଙ୍କା ମିଳିବାର ଥିଲା । ବୁଧବାର ସକାଳ ୪ଟାରେ ଟଙ୍କାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ରାଗିଯାଇ ଅଭିଯୁକ୍ତ ପୁଅ ନିଜ ବାପାକୁ ହତ୍ୟା କରିଥିଲା ।

Get real time updates directly on you device, subscribe now.