fbpx

ଆପଣ କାର, ବାଇକ ନ ଚଳାଇଲେ ବି କଟିବ ୨୫୦୦୦ର ଚାଲାଣ, ୩ ବର୍ଷ ଜେଲ ଦଣ୍ଡ: ଦେଖନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ବାଇକ ଅଛି, ତେବେ ସାବଧାନ୍ ହୋଇଯାଆନ୍ତୁ । ବାଇକ, ସ୍କୁଟି, କାର ଥିବା ଲୋକଙ୍କ ପାଇଁ ଏହି ଖବରଟି ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର ୨୫୦୦୦ ଟଙ୍କା ଚାଲାଣ, ୩ ବର୍ଷର ଜେଲଦଣ୍ଡ ଓ ଆପଣଙ୍କ ଗାଡିର ପଞ୍ଜୀକରଣ ବାତିଲ ଏବଂ ନାବାଳକ ଆଇନ ଅନୁଯାୟୀ କିଶୋରଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ।

କାହିଁକି ନା ଯଦି ଗାଡ଼ି ଚଳାଉଥିବା ବେଳେ ପୋଲିସ କୌଣସି ନାବାଳକଙ୍କ ଧରେ ଓ ସେହି ଗାଡ଼ି ଆପଣଙ୍କ ନାଁରେ ପଞ୍ଜିକରଣ ଥାଏ, ତେବେ ଗାଡ଼ି ନଚଳାଇ ମଧ୍ୟ ଆପଣ ଅଧିକ ଜୋରିମାନା ଭରିବେ ।

ଅନେକଥର ନାବାଳକମାନେ ଘରେ ଥିବା ବୟସ୍କଙ୍କ ସ୍କୁଟି, ବାଇକ୍ ବ୍ୟବହାର କରୁଥିବା ଦେଖିଛୁ । ଘରର ବଡ଼ମାନେ ମଧ୍ୟ ଏପରି କରିବାକୁ କେବେ ବାରଣ କରନ୍ତି ନାହିଁ । ଏପରି ନକରିବା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । ଏହା ଦ୍ୱାରା ପିଲାମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି । କୌଣସି ବଡ଼ କ୍ଷତି ହେବା ପୂର୍ବରୁ ଟ୍ରାଫିକ୍ ନିୟମର ପାଳନ କରିବା ଉଚିତ୍ ।

ଦିଲ୍ଲୀର ଟ୍ରାଫିକ୍ ପୋଲିସ୍ ବହୁ ସଂଖ୍ୟାରେ ରାସ୍ତାରେ ଉପସ୍ଥିତ ଅଛନ୍ତି ଏବଂ ଯେଉଁମାନେ ବହୁ ସଂଖ୍ୟାରେ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କର ଚାଲାଣ କଟାଯାଉଛି । ଗାଡିର କାଚ ଉପରେ କଳା ଫିଲ୍ମ ଲଗାଇବା, ପଛ ସିଟରେ ବେଲ୍ଟ ବ୍ୟବହାର ନକରିବା, ନାବାଳକ ଗାଡି ଚଳାଇବା ଏବଂ ଭୁଲ୍ ଦିଗରେ ଗାଡି ଚଳାଇବା ପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ଚାଲାଣ କାଟିବାରେ ଲାଗିଛି ।

Get real time updates directly on you device, subscribe now.