fbpx

କରୋନା ତାଣ୍ଡବ; ଆଜି ୨.୬୪ ଲକ୍ଷ ପଜିଟିଭ ଚିହ୍ନଟ, ୫୭୫୩କୁ ବଢ଼ିଲା ଓମିକ୍ରନ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା କାଲି ତୁଳନାରେ ୬.୭ ପ୍ରତିଶତ ଅଧିକ ରହିଛି । ଦୈନିକ ପଜିଟିଭ ହାର ୧୪.୭୮ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୩୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୫ ହଜାର ୩୫୦କୁ ବୃଦ୍ଧି ପାଇଛି ।

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୩,୧୭,୯୨୭ କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୧,୦.୩୪୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୩,୪୮,୨୪,୭୦୬କୁ ବୃଦ୍ଦି ପାଇଛି । ଦେଶରେ ସକ୍ରିୟ ମାମଲା ୧୨ ଲକ୍ଷ ୭୨ ହଜାର ୭୩ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୫.୩୯ କୋଟି ଲୋକ ଟିକା ନେଇଛନ୍ତି ।

ଏହା ସହ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୩ରେ ପହଞ୍ଚିଛି । ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.