fbpx

ଆସନ୍ତା ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସବୁ କଲେଜର +୩ ଷଷ୍ଠ ସେମିଷ୍ଟର ଆରମ୍ଭ

ଭୁବନେଶ୍ୱର, ୧୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ସ୍କୁଲ, କଲେଜ ସହ ସବୁ ପରୀକ୍ଷାକୁ ମଧ୍ୟ ବନ୍ଦ ରଖାଯାଇଥିଲା ।ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । କିନ୍ତୁ ଏହାରି ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ କଲେଜର +୩ ପରୀକ୍ଷାର ଅଟକଥିବା ଷଷ୍ଠ ସେମିଷ୍ଟର ହେବ । ସେପ୍ଟେମ୍ବର ୨୯ରେ ଷଷ୍ଠ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଏହି ପରୀକ୍ଷା ଆସନ୍ତା ୨୯ରୁ ଅକ୍ଟୋବର ୩ ଯାଏଁ ଥିଓରି ପରୀକ୍ଷା ଚାଲିବ । ସମସ୍ତ ପରୀକ୍ଷା ୧ଘଣ୍ଟିଆ କରାଯିବ । ଏକ ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ପାଇଁ ଓଏମଆର ସିଟ ସହ ମଲ୍ଟିପୁଲ ଚଏସ ଥିଓରି ହେବ ।

Get real time updates directly on you device, subscribe now.