fbpx

ରାଜ୍ୟରେ ୩ କୋଟି ଟପିଲା ଟିକାକରଣ, ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ରାଜ୍ୟରେ ଟିକାକରଣକୁ ଅପୂର୍ବ ସଫଳତା ମିଳିଥିବାରୁ ସରକାର ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଟିମ୍‌କୁ ଧନ୍ୟବାଦ ଜଣାଯାଇଛି । ଟିକାକରଣରେ ରାଜ୍ୟକୁ ଏପରି ସଫଳତାର ଶ୍ରେୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଏହି କାମରେ ଓଡ଼ିଶାରବାସୀ ମଧ୍ୟ ଯଥେଷ୍ଟ ସହଯୋଗ କରିଥିବାରୁ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି । ରାଜ୍ୟରେ ୩ କୋଟି ଭ୍ୟାକ୍ସିନେସନ ନେଇ ରେକର୍ଡ ପରେ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

Get real time updates directly on you device, subscribe now.