fbpx

ପଶ୍ଚିମବଙ୍ଗ ଆକାଶରୁ ଖସିଲା ମୃତ୍ୟୁର ବିଜୁଳି, ୩ ଜିଲ୍ଲାରେ ୨୦ଜଣଙ୍କ ଜୀବନ ନେଲା ବଜ୍ରପାତ

କଲୋକତା (ଓଡ଼ିଶା ଭାସ୍କର)  ପଶ୍ଚିମବଙ୍ଗ ଏକ ଦୁଃଖଦ ଆସିଛି । ହଠାତ୍ ଆକାଶରୁ ମୃତ୍ୟୁ ହୋଇ ଖସିଲା ବିଜୁଳି। ବଜ୍ରପାତରେ ୩ ଜିଲ୍ଳାର ପ୍ରାୟ ୨୦ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। କଲୋକତା ସମେତ ବିଭିନ୍ନ ଜିଲ୍ଳାରେ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି।

ଆଜି ପଶ୍ଚିମବଙ୍ଗରେ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇଥିବା ବେଳେ ପ୍ରଚଣ୍ଡ ବଜ୍ରପାତ ଯୋଗୁଁ ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସୋମବାର ଦିନ ଦ୍ବିପହ ସମୟରେ ଦକ୍ଷିଣବଙ୍ଗ, କଲୋକତା ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ୩ ଜିଲ୍ଲାରେ ମୃତ୍ୟୁ ହୋଇ ଖସିଥିଲା ବିଜୁଳି। ଏଥିରେ ମୁର୍ସିଦାବାଦରୁ ୯ ଜଣ, ହୁଗୁଳିରୁ ୯ ଜଣ ଏବଂ ପଶ୍ଚିମ ମେଦିନା ପୁର ଜିଲ୍ଲାରୁ ୨ ଜଣ ଲୋକ ପ୍ରାଣ ହରାଇଛନ୍ତି।

ବଜ୍ରପାତରେ ମୁର୍ସିଦାବାଦ ଜିଳ୍ଲାରୁ ୯ ଜଣ ଲୋକଙ୍କ ପ୍ରାଣ ହରାଇଥିବା ବେଳେ ୮ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରାକ୍ ସୂଚନା ମିଳିଛି କି ୧୫ରୁ ୨୦ ଜଣ ଲୋକ କ୍ଷେତରେ କାମ କରୁଥିଲେ। ଏହି ସମୟରେ ଘଡ଼ଘଡି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ବଜ୍ରପାତରେ ଘଟଣାସ୍ଥଳରେ ୯ ଜଣ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରି ଗଜିପୁର ଅନୁମଣ୍ଡଳ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଆରମ୍ଭ ହୋଇଛି। ମୃତଙ୍କ ପରିଚୟ ବର୍ତ୍ତମାନ ସୁ୍ଦ୍ଧା ଜଣାପଡି ନାହିଁ।

ସେହିପରି ବହରାମପୁର କଲୋନୀରେ ବଜ୍ରପାତ ଯୋଗୁଁ ୨ ଜଣଙ୍କ ମୃତ୍ୟୁ। ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯେତେବେଳେ ଝଡ ବର୍ଷା ସହ ତୀବ୍ର ବଜ୍ରପାତ ହେଲା, ଉଭୟ ଲୋକ ହଠାତ୍ କଲୋନୀରେ ଏକ ଘରେ ଛିଡ଼ା ହୋଇଥିଲେ | ସେହି ସମୟରେ ବିଜୁଳି ପଡିଥିଲା। ୨ଜଣଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୁର୍ସିଦାବାଦ ଡାକ୍ତରଖାନକୁ ନିଆଯାଇଥିଲା। ଡାକ୍ତର ୨ ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

Get real time updates directly on you device, subscribe now.