fbpx

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ହୀରାକୁଦର ଜଳସ୍ତର ବଢ଼ୁଥିବାରୁ ଖୋଲାଯାଇଛି ଗେଟ୍ । ବର୍ତ୍ତମାନ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଜଳସ୍ତର ୬୨୯.୪୭ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରେ ୨ ଲକ୍ଷ ୨୧ ହଜାର ୬୭୬ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ଡ୍ୟାମ୍ରୁ ୧ ଲକ୍ଷ ୪୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.