fbpx

INS ରଣବୀରରେ ବିସ୍ପୋରଣ: ୩ ନୌସେନା କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯୁଦ୍ଧଜାହଜ ଆଇଏନଏସ ରଣବୀରରେ ଘଟିଛି ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ ଜଣ ନୌସେନା ଅଧିକାରୀ ପ୍ରାଣ ହରାଇଥିବା ଜଣାପଡିଛି । ମଙ୍ଗଳବାର ମୁମ୍ବାଇ ନାଭାଲ ଡକୟାର୍ଡରେ ରହିଥିବା ଯୁଦ୍ଧ ଜାହଜ ଆଇଏନଏସ ରଣବୀରରେ ଘଟି ଯାଇଥିଲା ଅଘଟଣ । ଆଇଏନଏସ ରଣବୀରର ଆଭ୍ୟନ୍ତରୀଣ କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଥିବା ସୂଚନା । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୩ ଜଣ ନୌସେନା କର୍ମୀଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜାହଜରେ ରହିଥିବା ଅସ୍ତ୍ରଶସ୍ତ୍ର କାରଣରୁ ବିସ୍ଫୋରଣ ଘଟିନାହିଁ । ଏହି ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାହାଜରେ ଉପସ୍ଥିତ କର୍ମୀ ତୁରନ୍ତ ତତ୍ପରତା ପ୍ରକାଶ କରିବା ସହିତ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ । କ୍ରସ୍ କୋଷ୍ଟ ଅପରେସନ୍ ପାଇଁ ମୁମ୍ବାଇ ଯାଇଥିଲା ଆଇଏନଏସ ରଣବୀର ପୂର୍ବତଟ ନୌସେନାରେ ମୁତୟନ ଥିଲା ।

Get real time updates directly on you device, subscribe now.