fbpx

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ଆସିଲେ ୩ଟି ନୁଆ ସଦସ୍ୟ

ଭୁବନେଶ୍ୱର, ୧୪ ।୪ (ଓଡିଶା ଭାସ୍କର)  : ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଓଡିଆ ନବବର୍ଷରେ ଖୁସି ଖବର । ନନ୍ଦନକାନନକୁ ଆସିଲେ ୩ଟି ନୁଆ ସଦସ୍ୟ । ବିଳମ୍ବିତ ରାତିରେ ପ୍ରାଣୀ ଉଦ୍ୟାନରେ ବାଘୁଣୀ ମେଘା ତିନୋଟି ନୁଆ ଶାବକକୁ ଜନ୍ମ ଦେଇଛି । ତେବେ ଏହି ତିନୋଟି ନୁଆ ଶାବକଙ୍କୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୩୦ କୁ ବୃଦ୍ଧି ହୋଇଛି । ଏନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ବିମଲ ଆଚାର୍ଯ୍ୟ ସୁଚନା ଦେଇଛନ୍ତି । ଏହାପୁର୍ବରୁ ଅର୍ଥାତ୍ ଗତବର୍ଷ ମାର୍ଚ୍ଚ ୨୮ରେ ବାଘୁଣୀ ବିଜୟା ୩ଟି ଶାବକଙ୍କୁ ଜନ୍ମ ଦେଇଥିଲା । ବର୍ତ୍ତମାନ ନନ୍ଦନକାନନରେ ଉକ୍ତ ଶାବକ ମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆଉ ମେଘା ଯେଉଁ ଶାବକଙ୍କୁ ଜନ୍ମ ଦେଇଛି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି ।

Get real time updates directly on you device, subscribe now.