fbpx

କଟକ ସହରରୁ ଆଜି ୩ ପଜିଟିଭ୍ ଚିହ୍ନଟ

କଟକ, ୬ା୭(ଓଡ଼ିଶା ଭାସ୍କର): ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଆଜି ରାଜ୍ୟରେ ୪୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କଟକ ସହରର ୩ଜଣ ହୋଇଥିବା ଜଣାପଡ଼ିଛି । ୩ଜଣଙ୍କ ମଧ୍ୟରୁ ଦୁଇ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଜଣେ କରୋନା ଯୋଦ୍ଧା । ସେହିପରି ୫୮ବର୍ଷୀୟ ବ୍ୟକ୍ତି ଏକ ଘରୋଇ ନର୍ସିଂ ହୋମର କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ଏହାସହ ଅନ୍ୟପଟେ କଟକ ସହରର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଅତି ଆବଶ୍ୟକ ନଥିଲେ କଟକର ଏହି ୪ଟି ହସ୍ପିଟାଲକୁ ନଆସିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ୪ଟି ହସ୍ପିଟାଲ ଗୁଡ଼ିକ ହେଉଛି ଆଚାର୍ଯ୍ୟ ହରିହର, ଏସସିବି, ଶିଶୁଭବନ ଓ ସିଟି ହସ୍ପିଟାଲ । ଏଥିସହିତ ସଟଡାଉନ ସମୟ ସୀମା ମଧ୍ୟରେ ସଂକ୍ରମଣ ଚେନକୁ ଭାଙ୍ଗିବୁ ବୋଲି ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.